BJD ପକ୍ଷରୁ ନୂଆ ନେତାଙ୍କୁ ନୂଆ ଦାୟିତ୍ୱ ପ୍ରଦାନ

ଭୁବନେଶ୍ୱ,,୮ା୩   :   ବିଜୁ ଜନତା ଦଳ (ବିଜେଡି) କିଛି ନୂଆ ନେତାଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛି ।  ରାଜ୍ୟର ୫ଟି ଜିଲ୍ଲାରେ ଲିଗାଲ ଫ୍ରଣ୍ଟ ସଭାପତିଙ୍କୁ ନିଯୁକ୍ତି ମିଳିଛି । ନୟାଗଡ଼ ଜିଲ୍ଲା ଲିଗାଲ ଫ୍ରଣ୍ଟ ସଭାପତି ଭାବେ ନିରଞ୍ଜନ ମିଶ୍ର, ଗଜପତି ଜିଲ୍ଲା ଲିଗାଲ ଫ୍ରଣ୍ଟ ସଭାପତି ଭାବେ ପନ୍ତଲାଲ ପ୍ରସାଦ ରାଓ, କଳାହାଣ୍ଡି ଜିଲ୍ଲା ଲିଗାଲ ଫ୍ରଣ୍ଟ ସଭାପତି ଭାବେ ହରଜିନ୍ଦର ସିଂ, କଟକ ଜିଲ୍ଲା ଲିଗାଲ ଫ୍ରଣ୍ଟ ଉପସଭାପତି ଭାବେ ବଂଶୀଧର ଶତପଥୀ ଓ ଲିଗାଲ ଫ୍ରଣ୍ଟ ଗଣମାଧ୍ୟମ ସଂଯୋଜକ ଭାବେ ଅମିତାଭ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଏ ନେଇ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଗତ ୨ ତାରିଖରେ ମଧ୍ୟ ବିଜେଡିର ଜିଲ୍ଲା ସ୍ତରରେ ନୂଆ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ମୁତାବକ ଗଜପତି ଜିଲ୍ଲାର ଦୁଇଜଣ ରାଜ୍ୟ ସମ୍ପାଦକଙ୍କୁ ଦାୟିତ୍ୱ ମିଳିଥିଲା । ଗଜପତି ଜିଲ୍ଲାରେ ୧୩ ଜଣଙ୍କୁ ଉପସଭାପତି, ୧୩ ଜଣଙ୍କୁ ସଚିବ, ୧୫ ଜଣଙ୍କୁ ଯୁଗ୍ମ ସଚିବ, ୯ ଜଣଙ୍କୁ ମ୍ୟୁନିସିପାଲିଟି ସ୍ତରରେ ନିଯୁକ୍ତି ମିଳିଥିଲା । ସେହିପରି କନ୍ଧମାଳ ଜିଲ୍ଲାରେ ୭ ଜଣଙ୍କୁ ଉପସଭାପତି, ୧୭ ଜଣଙ୍କୁ ସାଧାରଣ ସମ୍ପାଦକ, ୧୯ ଜଣଙ୍କୁ ସମ୍ପାଦକ, ୧୫ ଜଣଙ୍କୁ ଯୁଗ୍ମ ସଚିବ, ୧୮ ଜଣଙ୍କୁ ବ୍ଲକ ସ୍ତରରେ ନିଯୁକ୍ତି ମିଳିଥିଲା|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!