୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ BJP ବିଧାୟକଙ୍କ ପୁଅ ଗିରଫ

ନୂଆଦିଲ୍ଲୀ,୩।୩:  ଆଜି ଜଣେ ବିଜେପି ବିଧାୟକଙ୍କ ଘରୁ ୮ କୋଟି ଟଙ୍କା ଜବତ କରାଯାଇଛି । ଏଥିସହିତ ଏହି ଘଟଣାରେ ବିଧାୟକଙ୍କ ପୁଅଙ୍କୁ ମଧ୍ୟ ଗିରଫ କରାଯାଇଛି । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଲୋକାୟୁକ୍ତ ରେଡରେ ବିଜେପି ବିଧାୟକଙ୍କ ବାସଭାବନ ଓ ଅଫିସରୁ ପାଖାପାଖି ୮ କୋଟି କ୍ୟାଶ ଜବତ କରାଯାଇଛି । ପୂର୍ବରୁ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ବିଧାୟକ ମଦଲ ବିରୁପକ୍ଷପ୍ପାଙ୍କ ପୁଅଙ୍କୁ ଲୋକାୟୁକ୍ତ ଗିରଫ କରିଥିଲେ । ଏହାପରେ ତାଙ୍କର କାର୍ଯ୍ୟାଳୟ ଓ ବିଧାୟକଙ୍କ ବାସଭବନରେ ରେଡ୍ ମରାଯାଇଥିଲା । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକାୟୁକ୍ତଙ୍କ ପକ୍ଷରୁ ଏହି ଚଢ଼ାଉ କରାଯାଇଥିବା ବେଳେ ବିଧାୟକଙ୍କ ଘରୁ ୬ କୋଟି ଓ ତାଙ୍କ ପୁଅ ପ୍ରଶାନ୍ତଙ୍କ ଅଫିସରୁ ୧.୭ କୋଟି କ୍ୟାଶ୍ ଜବତ ହୋଇଥିଲା । ତେବେ ଏହି ବିପୁଳ ମାତ୍ରାରେ କ୍ୟାଶ ଜବତ ହେବା ପରେ ଏବେ ବିଧାୟକଙ୍କୁ ପଚରାଉଚରା ପାଇଁ ଲୋକାୟୁକ୍ତ ସମନ୍ ପଠାଇ ପାରନ୍ତି । ପ୍ରଶାନ୍ତ ତାଙ୍କ ବାପାଙ୍କ ନାମରେ ଏହି ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ । ବିଜେପି ବିଧାୟକ ମଦଲ କର୍ଣ୍ଣାଟକ ସପସ ଆଣ୍ଡ ଡିଟରଜେଣ୍ଟ ଲିମିଟେଡର ଅଧ୍ୟକ୍ଷ ରହିଛନ୍ତି । ତେବେ ବିଧାୟକଙ୍କ ଘରୁ ଏତେମାତ୍ରାରେ କ୍ୟାଶ ଜବତ ହେବା ଘଟଣା ସଭିଙ୍କୁ ତାଜୁବ କରିଦେଇଛି । କେହି ଜଣେ ବ୍ୟକ୍ତି ତାଙ୍କୁ ଲାଞ୍ଚ ଆକାରରେ ଏହି ଟଙ୍କା ଦେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!