CISF ଯବାନଙ୍କ ବସ୍ ଉପରେ ଆତଙ୍କୀ ଆକ୍ରମଣ

ଜାମ୍ମୁ କାଶ୍ମୀର, ୨୨/୦୪ : ଜାମ୍ମୁ କାଶ୍ମୀର ବାଠିଣ୍ଡି ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମୁହାଁମୁହିଁ।  ଜମ୍ମୁ ଅଞ୍ଚଳରେ ଥିବା ଚଢା କ୍ୟାମ୍ପ୍‌ରେ ଶୁକ୍ରବାର ସକାଳେ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ (ସିଆଇଏସଏଫ)ର ଏକ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବା ଜଣାପଡିଛି । ସିଆଇଏସଏଫ ଅଧିକାରୀଙ୍କ ସୂଚନା ଅନୁସାରେ ବସ୍‌ରେ ୧୫ ଜଣ ଯବାନ ଥିଲେ । ସେମାନେ ଡ୍ୟୁଟିରେ ଯାଉଥିଲେ । ଏହି ଏନକାଉଣ୍ଟରରେ ସୁରକ୍ଷା ବଳର ଜଣେ ଯବାନ ସହିଦ ହୋଇଛନ୍ତି । ଏହା ସହ ଅନ୍ୟ ୪ଜଣ ଯବାନ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି।  ବାଠିଣ୍ଡି ଗ୍ରୀନ୍ ଭ୍ୟାଲି ଅଞ୍ଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ଜମ୍ମୁକଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ ଏବଂ ସିଆରପିଏଫ ଯବାନମାନେ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଫଳରେ ସୁରକ୍ଷାବାହିନୀ ଏହାର ପ୍ରତି ଜବାବ ଦେଇଥିଲା। ଏହି ଏନକାଉଣ୍ଟରରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ୪ ଜଣ ଯବାନ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏବେବି ଗୁଳିବିନିମୟ ଜାରି ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: