DFOଙ୍କ ହେଲା ଲାଇ ଡିଟେକ୍ସନ୍ ଟେଷ୍ଟ, ୩ ଘଣ୍ଟାରେ ୧୦୦ ପ୍ରଶ୍ନ

ଭୁବନେଶ୍ୱର ,୧୮।୯: ସୌମ୍ୟ ମୃତ୍ୟୁର ୨ ମାସ ବିତିଯାଇଥିଲେ ବି ଏବେବି କ୍ରାଇମବ୍ରାଞ୍ଚର ହାତ ଖାଲି । ତେବେ ଡିଏଫଓ ଏବଂ ରୋଷେୟାଙ୍କ ଲାଇ ଡିଟେକ୍ସନ୍ ପରେ କ୍ରାଇମବ୍ରାଞ୍ଚ ମୃତ୍ୟୁ ରହସ୍ୟ ଭେଦ କରିବ ବୋଲି କୁହାଯାଉଛି । ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ  ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କର ହୋଇଛି ଲାଇ ଡିଟେକ୍ସନ୍ ଟେଷ୍ଟ । ଭୁବନେଶ୍ବର ଫୋରେନସିକ୍ ଲାବୋରେଟୋରୀରେ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଥିବା ନେଇ ସୂଚନା ମିଳିଛି । ସେହିପରି ଏସିଏଫଓ ସୌମ୍ୟରଞ୍ଜନଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କର ମଧ୍ୟ ଲାଇ ଡେଟେକ୍ସନ୍ ଟେଷ୍ଟ ହୋଇଥିବା ନେଇ ସୂଚନା ମିଳିଛି । ଦୀର୍ଘ ୩ ଘଣ୍ଟା ଧରି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କର ଲାଇ ଡିଟେକ୍ସନ୍ କରାଯାଇଥିବା ଜଣାପଡିଛି । ଡିଏଫଓଙ୍କୁ ୧୦୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିବା ସୂଚନା ରହିଛି । ।  ତେବେ ଖାଲି ଡିଏଫଓ ନୁହଁନ୍ତି ବରଂ ତାଙ୍କ ସହିତ ଆଉ ଜଣଙ୍କର ବି ଏହି ଟେଷ୍ଟ କରାଯାଇଛି ବୋଲି ସୂଚନା ମିଳିଛି । ସେ ହେଉଛନ୍ତି ରୋଷେୟା ମନ୍ମଥ କୁମ୍ଭ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: