ଭୁବନେଶ୍ୱର, ୨୨/୦୯ : DRDOର ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ଆସିଲା ଗୁରୁତ୍ଵପୂର୍ଣ୍ଣ ତଥ୍ୟ। DRDOର ୫ ଜଣ ଗୁପ୍ତଚରଙ୍କୁ ହନି ଟ୍ରାପ୍ କରି ଫସାଇଥିଲେ ରହସ୍ୟମୟୀ।୨୦୨୦ ମସିହାରୁ ସୋସିଆଲ ମିଡିଆରେ ସେମାନଙ୍କ ସହ ଲିଙ୍କ୍ରେ ଥିଲା ରହସ୍ୟମୟୀ। କେତେବେଳେ ନିଜକୁ ସୈନ୍ୟ ବିଭାଗର କିରାଣୀ ତ ଆଉ କେତେବେଳେ ପୋର୍ଟବ୍ଲେୟରରେ ନର୍ସ ଥିବା କହୁଥିଲା । ଏହିଭଳି ଭିନ୍ନ ଭିନ୍ନ ପରିଚୟ ଦେଇ ୫ ଜଣଙ୍କୁ କରିଥିଲା ହନି ଟ୍ରାପ୍ । ଏହି ମାମଲାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ କଥା ହେଉଥିବା ରହସ୍ୟମୟୀ ମହିଳା । ପ୍ରାୟ ଦେଢ଼ ବର୍ଷ ଧରି DRDOର ୫ ଜଣ ଗୁପ୍ତଚରଙ୍କ ଲିଙ୍କରେ ରହିଥିଲେ ରହସ୍ୟମୟୀ । ମୁଖ୍ୟତଃ ୫ଟି ବିଭିନ୍ନ ନମ୍ବରରେ କଲ୍ କରୁଥିଲା ।କାହାକୁ ବ୍ରିଟେନ ଲିଭରପୁଲରେ ରହୁଥିବା କହୁଥିଲା ତ ଆଉ କାହାକୁ ରାଜସ୍ଥାନରେ ରହୁଛି ବୋଲି କହିଥିଲେ । ଏପରିକି କାହାକୁ ଡିଫେନ୍ସ ଷ୍ଟାଫ ତ କାହାକୁ ଚଣ୍ଡିଗଡ଼ରେ ନର୍ସ ଥିବା କହୁଥିଲା । ଭିନ୍ନ ଭିନ୍ନ ପରିଚୟ ଦେଇ ୨୦୨୦ ଫେବୃଆରୀରୁ ସେ ସମ୍ପର୍କ ରଖିଥିଲା । ଭିଡିଓ କଲ, ଫେସବୁକ କଲ ଓ ମେସେଜ ଓ ମେସେଞ୍ଜର କଲ କରୁଥିଲା ରହସ୍ୟମୟୀ ମହିଳା । ଅଭିଯୁକ୍ତଙ୍କ ସହ ଇଂଲିଶ ଓ ହିନ୍ଦୀରେ ରହସ୍ୟମୟୀ ମହିଳା କଥା ହେଉଥିଲା । ଏମିତିକି କିଛି ଅଭିଯୁକ୍ତଙ୍କୁ ବିବାହ କରିବାର ପ୍ରଲୋଭନ ମଧ୍ୟ ଦେଇଥିଲା । ରହସ୍ୟମୟୀ ମହିଳାଙ୍କ ରହସ୍ୟମୟ ତଥ୍ୟକୁ ନେଇ କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ଦିଆଯାଇଛି । ରହସ୍ୟମୟୀର ୟୁକେ ନମ୍ବର ଠାବ ପାଇଁ କ୍ରାଇମବ୍ରାଞ୍ଚ ଚେଷ୍ଟା ଚଳାଇଛି । । ଏହି ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ବାୟୁସେନାର ତଦନ୍ତକାରୀ ଟିମ୍ ଚାନ୍ଦିପୁରରେ ତଦନ୍ତ କରିଛନ୍ତି । ପାଇଲଟ୍ ଲେସ୍ ଏୟାରକ୍ରାଫ୍ଟ ପରୀକ୍ଷା ଉପରେ କିଛି ତଥ୍ୟ ଲିକ୍ ହୋଇଥିବା ସନ୍ଦେହ କରାଯାଉଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |