କୋଲକାତା ମିମି ହ୍ୟୁଗୋ ଆଓ୍ବାର୍ଡ ପାଇଁ ମନୋନୀତ

ନ୍ୟୁୟର୍କ:ମୋନିଦୀପା ମଣ୍ଡଲ ଓରଫ୍‌ ମିମି ହେଉଛନ୍ତି ଭାରତର ପ୍ରଥମ ଲେଖିକା (ରାଇଟର) ଯିଏ ସମ୍ମାନଜନକ ହ୍ୟୁଗୋ ଆଓ୍ବାର୍ଡ ପାଇଁ ମନୋନୀତ ହୋଇଥିଲେ। ସମ୍ପ୍ରତି ନ୍ୟୁୟର୍କରେ ରହୁଥିବ ମିମି ସାଧାରଣତଃ ଜଣେ ଫିକ୍ସନ୍‌ (ଗପ, ଉପନ୍ୟାସ ଇତ୍ୟାଦି)ର ଲେଖିକା। ସେ ବିବିଧ ପର୍ଯ୍ୟାୟର ବିଷୟବସ୍ତୁକୁ ନେଇ ତାଙ୍କର ସାହିତ୍ୟ ସୃଷ୍ଟି କରନ୍ତି। ଏମିତି ସେ ବହୁ ବିଜ୍ଞାନ ସମ୍ବଳିତ ଗଳ୍ପ ମଧ୍ୟ ରଚନା କରିଛନ୍ତି। ମିମି ‘ଲୁମିନିସେଣ୍ଟ ଥ୍ରେଡ୍‌’ର ସହଯୋଗୀ ସମ୍ପାଦକ ଭାବରେ ମଧ୍ୟ ସଫଳତାର ସହିତ ଦାୟିତ୍ୱ ନିଷ୍ପାଦନ କରିଛନ୍ତି। ସେ କାମ କରୁଥିବା ବେଳେ ‘ଲୁମିନିସେଣ୍ଟ ଥ୍ରେଡ୍‌’ ବହୁ ଦିଗରୁ ନୂତନତାକୁ ସାମ୍ନା କରିଛି। ମିମିଙ୍କ ପରିଚୟ ଏତିକିରେ ସୀମିତ ନୁହେଁ। ୨୦୧୨ରୁ ୨୦୧୩ – ଦୁଇବର୍ଷ ପାଇଁ ସେ ପେଙ୍ଗୁଇନ୍‌ ଇଣ୍ଡିଆରେ ସମ୍ପାଦକ ଭାବେ କାର୍ଯ୍ୟକରି ନିଜ ସମ୍ପାଦନା ଦକ୍ଷତାର ପରିଚୟ ପ୍ରଦାନ କରିଛନ୍ତି। ତାଙ୍କର ରଚନା ସବୁ ଭାରତ ତଥା ବିଶ୍ୱର ବହୁ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି। ସେଥିମଧ୍ୟରୁ କେତୋଟି ହେଉଛି ଟର ଡଟ୍‌ କମ୍‌, ଫାୟାରସାଇଡ୍‌ ମାଗାଜିନ୍‌, ଦି ବୁକ୍‌ ସ୍ମଗଲର୍ସ, ଡେଲି ସାଇନ୍ସ ଫିକ୍ସନ୍‌, କିଣ୍ଡ୍‌ଲ ମାଗାଜିନ୍‌, ମ୍ୟୁଜ୍‌ ଇଣ୍ଡିଆ, ପଡ୍‌କ୍ୟାସଲ୍‌ ଏବଂ ସ୍କ୍ରଲ ଆଦି ଅନ୍ୟତମ।

Leave a Reply

Your email address will not be published. Required fields are marked *