ଧୋନି ପାରିବା ପର୍ଯ୍ୟନ୍ତ ଖେଳିପାରିବେ: ହସି

ନୂଆଦିଲ୍ଲୀ : ପୂର୍ବତନ ଅଷ୍ଟ୍ରେଲିଆ ଓ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବ୍ୟାଟ୍ସମ୍ୟାନ୍‌ ମାଇକେଲ ହସି‌ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ପୂରା ସମର୍ଥନ କରିଛନ୍ତି। ଧୋନି ପାରିବା ପର୍ଯ୍ୟନ୍ତ ଖେଳ ଜାରି ରଖିପାରିବେ, ବିଶ୍ବକପ୍‌ ବିଜେତା ଆଉ ୧୦ ବର୍ଷ ଖେଳନ୍ତୁ ବୋଲି ‌ହସି ଶୁଭ କାମନା କରିଛନ୍ତି। ସେ ଜଣେ ଅବିଶ୍ବସନୀୟ ମଣିଷ ଏବଂ ବହୁଦିନ ଧରି ସିଏସ୍‌କେ ଓ ଭାରତ ପାଇଁ ଖେଳିପାରିବେ। ଆମର ବିଶ୍ବାସ ସେ ଆଉ ୧୦ ବର୍ଷ ଖେଳିପାରିବେ, କିନ୍ତୁ ମୁଁ ନିଶ୍ଚିତ ନୁହଁ ଯେ ଆମେ ତାଙ୍କ ଖେଳ ଦେଖିପାରିବୁ। ବିଶ୍ବାସ ରହିଛି ଯେ ସେ ଚାହିଁଲେ ବହୁଦିନ ଧରି ଖେଳିପାରିବେ ବୋଲି ସୋନି ଟେନ୍‌ ପିଟ୍‌ ଷ୍ଟପ୍‌ରେ ବାର୍ତ୍ତାଳାପ ବେଳେ ହସି ପ୍ରକାଶ କରିଛନ୍ତି। ଅଧିନାୟକ ଭାବେ ଧୋନିଙ୍କୁ ପସନ୍ଦ କରେ। ସେ ନିଜ ଦଳର ଖେଳାଳିଙ୍କୁ ବିଶ୍ବାସ କରିବା ସହ ତାଙ୍କ ସାଙ୍ଗରେ ସର୍ବଦା ରହିଥା’ନ୍ତି। ପ୍ରକୃତରେ ‌ଖେଳାଳିଙ୍କୁ ନିୟନ୍ତ୍ରଣ କରିବାରେ ସେ ବିଜ୍ଞ। ରନ୍‌ ପଶ୍ଚାତ୍‌ଧାବନ ବେଳେ ତାଙ୍କ ସହିତ ମଧ୍ୟଭାଗରେ ବ୍ୟାଟିଂ କଲା ସମୟରେ ତାଙ୍କ ରନ୍‌ ଗଣନା ଚମତ୍କାର। ବିଜୟ ପାଇଁ ମଧ୍ୟଭାଗରୁ ‌ମ୍ୟାଚ୍‌ର ଶେଷ ଓଭର ପର୍ଯ୍ୟନ୍ତ ସେ ଏହି କାର୍ଯ୍ୟ ଜାରି ରଖିଥା’ନ୍ତି ବୋଲି ହସି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *