ପରଲୋକରେ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର

ଭୁବନେଶ୍ୱର: ଲିଭିଗଲା ଓଡ଼ିଆ ନ୍ୟଟ୍ୟଜଗତର ଉଜ୍ଜ୍ଵଳ ଜ୍ୟୋତି। ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ନାଟ୍ୟକାର ବିଜୟ ମିଶ୍ର। ଆଜି ୮୩ ବର୍ଷରେ ତାଙ୍କର ପରଲୋକ ହୋଇଛି।

ସେ ଅନେକ ଲୋକପ୍ରିୟ ନାଟକ ରଚନା କରିବା ସହିତ ସିନେମା ଓ ଧାରାବାହିକରେ ସଂଳାପ ଲେଖିଛନ୍ତି। ଲୋକପ୍ରିୟ ଧାରାବାହିକ ଶ୍ରୀଜଗନ୍ନାଥରେ ସେ ସଂଳାପ ଲେଖିଥିଲେ। ତାଙ୍କ ଦ୍ୱାରା ରଚିତ ତଟ ନିରଞ୍ଜନା ନାଟକ ବହୁ ଭାଷାରେ ଅନୁବାଦିତ ହୋଇଛି। ଏଥସହିତ ଜାଜାବର ଓ ରଜନୀ ଗନ୍ଧା ଭଳି ଫିଲ୍ମର ନିର୍ଦ୍ଦେଶନା ଭାର ମଧ୍ୟ ସାମ୍ଭାଳିଥିଲେ। ପ୍ରାୟ ୫୦ରୁ ଅଧିକ ଓଡ଼ିଆ ଫିଲ୍ମର ସ୍କ୍ରିନ୍‌ ପ୍ଲେ ଲେଖିଛନ୍ତି।

ଗାଁରେ ଏକ ନାଟ୍ୟ ଦଳ ଥିଲା। ଏହି ଦଳ ବିଭିନ୍ନ ନାଟକ ଆଦି କରୁଥିଲା। ଏହି ନାଟ୍ୟ ଦଳଟିକୁ ଦେଖି ସେ ନାଟକ ପ୍ରତି ଆକର୍ଷିତ ହୋଇଥିଲେ। ଏହାପରେ ନୀଳଗିରି ହାଇସ୍କୁଲରୁ ମାଟ୍ରିକ ପାସ କରି, ବାଲେଶ୍ୱରର ଫକୀର ମୋହନ କଲେଜରେ ଆଇ.ଏସ୍. ସି ପଢ଼ିଥିଲେ । ପରେ ୧୯୫୭ ମସିହାରେ କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂରୁ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *