IPL : ଦିଲ୍ଲୀକୁ ୬ରନରେ ହରାଇଲା ଲକ୍ଷ୍ନୌ

ମୁମ୍ବାଇ ୦୧/ ୦୫ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୪୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ୬ ରନରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ ।ମିଚେଲ ମାର୍ସ ଏବଂ ଋଷଭ ପନ୍ତଙ୍କ ଲଢୁଆ ଇନିଂସ ସତ୍ତ୍ବେ ଫେଲ୍‌ ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ । ୧୯୬ରନର ବଡ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା କ୍ୟାପିଟାଲ୍ସ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ୍‌ ହରାଇ ୧୮୯ ରନ କରିବାକୁ ସକ୍ଷମ ହୋଇଛି । ଫଳରେ ମ୍ୟାଚ୍‌କୁ ୬ ରନରେ ଜିତିନେଇଛି ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଓପନର୍‌ ପୃଥ୍ବୀ ସ’ ଏବଂ ଡେଭିଡ୍‌ ଓ୍ବାର୍ଣ୍ଣର୍‌ ଫେଲ ମାରିଛନ୍ତି । ପୃଥ୍ବୀ ମାତ୍ର ୫ରନ କରି ଆଉଟ ହୋଇଥିବା ବେଳେ, ଓ୍ବାର୍ଣ୍ଣର ୩ରନ କରି ଆଉଟ ହୋଇଛନ୍ତି । ମିଚେଲ୍ ମାର୍ସ ଲଢୁଆ ବ୍ୟାଟିଂ କରି ୩୭ରନ କରି ଆଉଟ ହୋଇଥିବା ବେଳେ, ଅଧିନାୟକ ଋଷଭ ପନ୍ତ ୩୦ ବଲ ଖେଳି ୭ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୪୪ରନ କରି ଆଉଟ ହୋଇଛନ୍ତି । ସେହିଭଳି ଲଳିତ ଯାଦବ ୩ରନ, ରୋଭମାନ୍‌ ପୋଓ୍ବେଲ ୨୧ ବଲରୁ ୩ ଚୌକା ଏବଂ ୨ଟି ଛକା ସହ ୩୫ରନର ଧୂଆଁଧାର ଇନିଂସ ଏବଂ ଶାର୍ଦ୍ଧୁଲ ଠାକୁର ୧ରନ କରି ଆଉଟ ହୋିଛନ୍ତି । ଅକ୍ଷର ପଟେଲ ୩୬ ରନ ଏବଂ କୁଲଦୀପ ଯାଦବ ୧୬ ରନକରି ଅପରାଜିତ ଅଛନ୍ତି । ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌ ପକ୍ଷରୁ ମୋହସିନ୍‌ ଖାନ ୪ ଓଭରରେ ୧୬ରନଦେଇ ୪ଓ୍ବିକେଟ୍‌ ନେଇଥିବା ବେଳେ, କ୍ରୁନାଲ ପାଣ୍ଡ୍ୟା ୧ଓଭରରେ ୧୯ରନ, ଜେସନ ହୋଲଡର ୪ ଓଭରରେ ୪୫ରନ, ରବି ବିଷ୍ଣୋୟୀ ୪ ଓଭରରେ ୨୮ରନ ଦେଇ ୧ ଓ୍ବିକେଟ୍, କ୍ରିଷ୍ଣାପ୍ପା ଗୌତମ ୨ ଓଭରରେ ୨୩ରନଦେଇ ଗୋଟିଏ ଓ୍ବିକେଟ, ମାର୍କସ୍‌ ଷ୍ଟୋଇନିସ୍‌ ୧ ଓଭରରେ ୧୪ରନ ଏବଂ ଦୁଷ୍ମନ୍ତ ଚାମିରା ୪ ଓଭରରେ ୪୪ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: