ରାୟଗଡ଼ା,୦୭/୦୫: ଶେଷଖାଲ ଥାନା ଝିମିରିପେଟା ଗାଁରେ ଅଭାବନୀୟ ଘଟଣା ଘଟିଛି । ବିଷ ପିଇ ମା’ ପୁଅ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ମୁତାବକ ଆଇପିଏଲ ବେଟିଂରେ ବିପୁଳ ପରିମାଣର ଅର୍ଥ ହାରିବା ପରେ ଉଭୟ ମା’ ପୁଅ ବିଷ ପିଇ ଦେଇଥିବା କୁହାଯାଉଛି । ଗତକାଲି ମା’ ପୁଅ ବିଷ ପିଇ ଦେଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଉଭୟଙ୍କ ଚିକିତ୍ସା ଚାଲିଥିବା ବେଳେ ଗତକାଲି ରାତିରେ ପୁଅର ମୃତ୍ୟୁ ଘଟିଥିଲା । ଏବଂ ଆଜି ସକାଳେ ମା’ର ମୃତ୍ୟୁ ଘଟିଛି । ୩ ଦିନ ତଳେ ବେଟିଂରେ ଲାଗିଥିବା ଟଙ୍କା ପାଇଁ କିଛି ବ୍ୟକ୍ତି ସେମାନଙ୍କ ଘରକୁ ଆସିଥିଲେ । ସେମାନଙ୍କ ସହ ପାଟିତୁଣ୍ଡ କରିବା ସହ ଘରର କିଛି ମୂଲ୍ୟବାନ ଜିନିଷ ଉଠାଇନେଇଥିବା ଅଭିଯୋଗ ମଧ୍ୟ ହୋଇଛି । ଫଳରେ ଟଙ୍କା ହରାଇବାକୁ ନେଇ ଦୁଃଖରେ ଉଭୟ ବିଷ ପିଇ ଦେଇଥିବା ସୂଚନା ମଳିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |