IPL ବେଟିଙ୍ଗକୁ ନେଇ ରାଉରକେଲାରୁ ୯ ଜଣଙ୍କୁ ଗିରଫ

ରାଉରକେଲା, ୧୭/୦୪:  IPL ବେଟିଙ୍ଗକୁ ନେଇ ରାଉରକେଲାରୁ ୯ ଜଣଙ୍କୁ ଗିରଫ କରିଛି ପୋଲିସ୍ ।ଓଡ଼ିଶାର ବୀରମୁତ୍ରପୁର ଅଞ୍ଚଳରେ ଆଇପିଏଲ ବେଟିଂ ଚାଲିଥିବା ସମୟରେ ପୋଲିସ ଚଢାଉ କରି ୯ ଜଣଙ୍କୁ ଗିରଫ କରିଛି । କୁଅାଁରମୁଣ୍ଡା ଫାଣ୍ଡି ଯମୁନାକି ଅଞ୍ଚଳରେ ପୋଲିସ ଚଢାଉ କରିଥିଲା । ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ୧୮ଟି ମୋବାଇଲ ସହ , ଗୋଟିଏ ଲାପଟପ ଓ ଗୋଟିଏ ଟାବଲେଟ ଜବତ କରିଛନ୍ତି ।  ଏହି ବେଟିଂରେ ଅନ୍ୟ କେଉଁମାନଙ୍କର ସଂପୃକ୍ତି ରହିଛି ସେ ନେଇ ତଦନ୍ତ କରୁଛି ବିରମିତ୍ରପୁର ପୋଲିସ୍‌  ।ଅନ୍ୟପଟେ ହାଇଦ୍ରବାଦରେ ବେଟିଂ ଚଲାଉଥିବା ବୁକିକୁ ଗିରଫ କରିଛି ଟାସ୍କ ଫୋର୍ସ ଗିରଫ କରିଛି । ଏଥି ସହିତ ବୁକି ନିକଟରୁ ୨.୮ ଲକ୍ଷ ଟଙ୍କା, ଗୋଟିଏ ମୋବାଇଲ ଫୋନ ଏବଂ ଗୋଟିଏ କାର ଜବତ କରିଛି । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଟାସ୍କ ଫୋର୍ସ ଗୁଜୁରାଟ ଏବଂ ରାଜସ୍ଥାନ ମଧ୍ୟରେ ଚାଲିଥିବା ମ୍ୟାଚ୍ ରେ ମହମ୍ମଦ ଜାଭେଦ ଖାନ ନାମକ ବ୍ୟକ୍ତି ବେଟିଂ କରାଉଥିବା ବେଳେ ଟାସ୍କ ଫୋର୍ସ ଚଢାଉ କରିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: