IPS ସ୍ତରରେ ଅଦଳବଦଳ

ଭୁବନେଶ୍ବର,୨୯/୦୪: ରାଜ୍ୟରେ ଆଇପିଏସ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ବଦଳିଲେ କଟକ ଭୁବନେଶ୍ବର DCP । ରାଜଧାନୀର ନୂଆ DCP ହେଲେ ପ୍ରତୀକ୍ ସିଂ । ପୂର୍ବରୁ କଟକ DCP ରହିଥିଲେ ପ୍ରତୀକ ସିଂ । କଟକ DCP ହେଲେ ପିନାକ ମିଶ୍ର । ଭୁବନେଶ୍ବର DCP ଥିବା ଉମା ଶଙ୍କର ଦାସ ହୋଇଛନ୍ତି କଟକ ଭୁବନେଶ୍ବରର ଅତିରିକ୍ତ କମିଶନର । ତେବେ ବରିଷ୍ଠ ଆଇପିଏସ ସ୍ତରରେ ସନ୍ତୋଷ ଉପାଧ୍ୟାୟଙ୍କୁ ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ବ ମିଳିଥିବା ବେଳେ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ସଞ୍ଜୀବ ପଣ୍ଡାଙ୍କୁ ଦାୟିତ୍ବ ମିଳିଛି ।ମନୋଜ କୁମାର ଛାବ୍ରା ହେଲେ ଜେଲ୍ ବିଭାଗ ଡିଜି । ସେହିଭଳି ଅରୁଣ ବୋଥ୍ରା ହେଲେ କ୍ରାଇମ୍ ବ୍ରାଞ୍ଚ ଏଡିଜି । ଜିଲ୍ଲା ସ୍ତରରେ ଅଲେଖ ପହିଙ୍କୁ ନୟାଗଡ ଏସ.ପି । ଅଭିଳାଷ ଜି. ହେଲେ କଳାହାଣ୍ଡି ଏସ.ପି । ନବରଙ୍ଗପୁର ଏସ.ପି ହେଲେ ଏସ. ସୁଶ୍ରୀ । ସିଦ୍ଧାର୍ଥ କଟାରିଆ ହେଲେ ଖୋର୍ଦ୍ଧା ଏସ.ପି । ସେହିଭଳି ଶ୍ରବଣ ବିବେକ ହେଲେ ବ୍ରହ୍ମପୁରର ନୂଆ ଏସ.ପି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: