NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ Z+ ସୁରକ୍ଷା

ରାଇରଙ୍ଗପୁର ,୨୨/୬: NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ Z+ ସୁରକ୍ଷା | ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି। ଏହାପରେ ଆଜିଠାରୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ Z + ସୁରକ୍ଷା ଯୋଗାଇ ଦିଆଯାଇଛି। ଏବେ ତାଙ୍କୁ ସଶସ୍ତ୍ର ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) କର୍ମଚାରୀଙ୍କ ଦ୍ୱାରା ଦିନରାତି Z + ବର୍ଗର ସୁରକ୍ଷା ମିଳିବ। ଦ୍ରୌପଦୀଙ୍କ ନାଁ ଘୋଷଣା ଓଡ଼ିଶା ରାଜନୀତି ସକ୍ରିୟ ହୋଇଛି। ଓଡ଼ିଆ ଝିଅ ଭାବେ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରିବାକୁ ବିଜେଡି ସଙ୍କେତ ଦେଇସାରିଛି।ଏନ୍‌ଡିଏ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ଏହି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି। ଯେଉଁଥିରେ ୧୦ରୁ ଅଧିକ ଏନ୍ଏସ୍‌ଜି ସହ ସିଆରପିଏଫ୍ କମାଣ୍ଡୋ ରହିଛନ୍ତି। ଆଜି ରାଇରଙ୍ଗପୁର ବାସଭବନରୁ ନିକଟସ୍ଥ ମନ୍ଦିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରରେ ଯୋଗ ଦେବାକୁ ଯାଇଥିବା ବେଳେ ଦ୍ରୌପଦୀଙ୍କ ସହ ଏହି ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଥିଲା।କମାଣ୍ଡୋମାନେ cordon କରି ଦ୍ରୌପଦୀଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଯାଇଥିଲେ ା ଏହି ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ ଭାବେ ତାଙ୍କ ସହ ରହିବ।ରାଇରଙ୍ଗପୁରରୁ ଭୁବନେଶ୍ୱର ଓ ପରେ ଦିଲ୍ଲୀ ଯାଏ କମାଣ୍ଡୋମାନେ ଦ୍ରୌପଦୀ ମୁର୍ମୁଙ୍କୁ ସୁରକ୍ଷା ଯୋଗାଇବେ। ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେବା ପରେ ସକାଳୁ ସକାଳୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ ମନ୍ଦିର ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ। ବିଭିନ୍ନ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି ଦ୍ରୌପଦୀ ମୁର୍ମୁ। ପୂର୍ଣ୍ଣେଶ୍ୱର ଶିବ ମନ୍ଦିର, ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ବିଭିନ୍ନ ମନ୍ଦିରରେ ଦର୍ଶନ ସହ ଆର୍ଶୀବାଦ କାମନା କରିଛନ୍ତି ଦ୍ରୌପଦୀ ମୁର୍ମୁ। ମନ୍ଦିର ପରିସର ଝାଡ଼ୁ କରିଛନ୍ତି ଦ୍ରୌପଦୀ। ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ଆଶ୍ରମ ଯାଇ ଆଲୋଚନା କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: