OAS ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୩୧/୦୩: OAS ଅଧିକାରୀ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ମୋଟ ୬ ଜଣ ଅଧିକାରୀଙ୍କର ବଦଳି ହୋଇଥିବା ସୁଚନା ମିଳିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି କଳ୍ପତରୁ ବେହେରା, ଅବିନାଶ ରାଉତ, ଦିଲୀପ କୁମାର ମହାରଣ. କ୍ଷୀରାଦ୍ଦୀ ବେହେରା, ତ୍ରିନାଥ ମାଝୀ ଓ ଫାଲଗୁନୀ ମାଝୀ । କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଛି । ଅବିନାଶ ରାଉତଙ୍କୁ ଏସସିବି ରେଜିଷ୍ଟ୍ରାର ଦାୟିତ୍ୱ ଦିଆଯାଇଛି । ସେହିପରି ଦିଲୀପ କୁମାର ମହାରଣା ସାଧାରଣ ପ୍ରଶାସନ ବିଭାଗର ଓଏସଡ଼ି ହେଲେ । କ୍ଷୀରାଦ୍ଦୀ ବେହେରାଙ୍କୁ ମାଲକାନଗିରି ଅତିରିକ୍ତ ପିଡ଼ି ଡ଼ିଆରଡ଼ିଏ ଭାବେ ବଦଳି ହୋଇଛନ୍ତି । ତ୍ରିନାଥ ମାଝୀଙ୍କୁ ମାଲକାନଗିରି ଆଇଟିଡ଼ିଏର ପିଏ ଭାବେ ବଦଳି ହୋଇଛନ୍ତି । କେବଳ ଏତିକି ନୁହେଁ ଫାଲଗୁନୀ ମାଝୀଙ୍କୁ ଗଜପତିର ଆଇଟିଡ଼ିଏ ପିଏ ଦାୟିତ୍ୱ ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: