ସମ୍ବଲପୁର ,୨୦/୦୯: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ନିର୍ମାଣ ନିଗମ ବା OCCL ସିନିଅର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ଘରେ ରେଡ ହୋଇଛି । ଏହି ମାମଲାରେ ସମ୍ବଲପୁର ଚୈତନ୍ୟ ନଗର ବାସଭବନରରେ ଚଢ଼ାଉ ଜାରି ରହିଛି । ତେବେ ରଞ୍ଜନ ଏବେ OCCL ବରିଷ୍ଠ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଅଛନ୍ତି । ସେ ସମ୍ବଲପୁର ଧୋବୀ ନୀଳ ଓ ଦୁର୍ଗାପାଲ ଓଭରବ୍ରିଜ ପ୍ରକଳ୍ପ ଦାୟିତ୍ୱରେ ଅଛନ୍ତି । ଚଢ଼ାଉ ବେଳେ ରଞ୍ଜନଙ୍କ ଘରୁ କେତେ କ’ଣ ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିପାରି ନାହିଁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |