OTET ପରୀକ୍ଷା ପ୍ରଶ୍ନ ଉତ୍ତର ସିଟ୍‌ ଭାଇରାଲ

ମାଲକାନଗିରି,୨୯/୦୮ : ମାଲକାନଗିରିରେ ଓଟିଇଟି ପ୍ରଶ୍ନର ଉତ୍ତରସିଟ୍ ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସଂକ୍ଷିପ୍ତ ପ୍ରଶ୍ନ ସୂଚକ ୩ ସେଟର ଉତ୍ତର ସିଟ୍ ଭାଇରାଲ ହୋଇଥିବା ଜଣାପଡ଼ିଛି । କିନ୍ତୁ ଭାଇରାଲ ହେଉଥିବା ଉତ୍ତର ସିଟ୍ ଚାଲିଥିବା ପରୀକ୍ଷାର କି ନୁହେଁ, ତାହା ବର୍ତ୍ତମାନ ଏପର୍ଯ୍ୟ ଜଣାପଡ଼ିନାହିଁ । ସଂକ୍ଷିପ୍ତ ପ୍ରଶ୍ନ ସୂଚକ ୩ଟି ସେଟର ଉତ୍ତର ସିଟ୍‌ ଭାଇରାଲ ହେବା ନେଇ ଚର୍ଚ୍ଚ ହେଉଥିବା ବେଳେ ସେହି ଉତ୍ତର ସିଟ୍‌, ଚାଲିଥିବା ପରୀକ୍ଷାର କି ନୁହେଁ ତାହା ଜଣାପଡ଼ିନାହିଁ । ଏନେଇ ମାଲକାନଗିରି ଡିଇଓ ମାନସ ଜେନା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଭାଇରାଲ ହେଉଥିବା ଉତ୍ତର ସିଟର ବାସ୍ତବତାକୁ ନେଇ ତଦନ୍ତ କରାଯାଉଛି । ତଦନ୍ତ ପରେ ସବୁ କିଛି ଜଣାପଡ଼ିବ । ଶିକ୍ଷକ ନିଯୁକ୍ତି ନେଇ ଆଜି ରାଜ୍ୟ ବ୍ୟାପି ଓଟିଇଟି ପରୀକ୍ଷା କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: