SDJM କୋର୍ଟରେ ହାଜର ହେଲେ ଅର୍ଚ୍ଚନା ,ବ୍ୟାପକ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ବିଜେପି

ଭୁବନେଶ୍ୱର,୨୬/୧୦:  ଭୁବନେଶ୍ଵର SDJM କୋର୍ଟରେ ହାଜର ହେଲେ ଲେଡି ବ୍ଲକମେଲର ଅର୍ଚ୍ଚନା ନାଗ । ନୟାପଲ୍ଲୀ ଥାନାରେ ପ୍ରଯୋଜକଙ୍କୁ ବ୍ଲାକମେଲିଂ ମାମଲାରେ କୋର୍ଟରେ ହାଜର ହୋଇଥିଲେ । ଅର୍ଚ୍ଚନା ନାଗଙ୍କୁ କଡା ସୁରକ୍ଷା ମଧ୍ୟରେ ଝାରପଡା ଜେଲରୁ ଭୁବନେଶ୍ବର କୋର୍ଟକୁ ଅଣାଯାଇଥିଲା । କଡା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଭୁବନେଶ୍ବର କୋର୍ଟକୁ ଅଣାଯିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି । ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ହାଜର ହୋଇଥିଲେ ଅର୍ଚ୍ଚନା । ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି । ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଶୁଣାଣି ପରେ ଜେଲ୍ ଗଲେ ଅର୍ଚ୍ଚନା । କଡା ସୁରକ୍ଷା ବଳୟରେ ଯେମିତି ଅର୍ଚ୍ଚନାଙ୍କୁ ଅଣାଯାଇଥିଲା ସେମିତି ଜେଲ୍ କୁ ନେଲା ପୋଲିସ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ ଅର୍ଚ୍ଚନା ନାଗ କହିଛନ୍ତି ମିଛ ଖବର ପ୍ରସାରଣ କରନ୍ତୁ ନାହିଁ । ବିନା କୌଣସି ତଥ୍ୟ ପ୍ରମାଣରେ ମିଛ ଖବର ପ୍ରସାରିତ କରନ୍ତୁ ନାହିଁ ବୋଲି କହିଛନ୍ତି ଅର୍ଚ୍ଚନା ।

ଅର୍ଚ୍ଚନା ନାଗ ସହ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଲିଙ୍କ୍ ଏବଂ ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କଲା ବିଜେପି । ଉଭୟ ଘଟଣାରେ ପୋଲିସର ତଦନ୍ତ ପ୍ରକ୍ରିୟା ସନ୍ଦେହ ଘେରରେ ଥିବା ଦର୍ଶାଇ ଆନ୍ଦୋଳନକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି ଦଳ । ସପ୍ତାହେ ଧରି ରାଜ୍ୟର ୫୮ଟି ସବଡିଭିଜନରେ ବିଜେପି ଆନ୍ଦୋଳନ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଳର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ।ସେହିପରି ଅର୍ଚ୍ଚନା ନାଗ ମାମଲାରେ ବ୍ୟାପକ ଟଙ୍କା କାରବାର, ଟେଣ୍ଡର ଫିକ୍ସିଂ ହେଉଥିଲା ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ଏପରିକି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ବାରବାଟୀ କ୍ରିକେଟ୍ ମ୍ୟାଚ୍ ପାଇଁ ୨ ଶହଟି ଟିକଟ ଅର୍ଚ୍ଚନାକୁ ଦେଇଥିବା ଜଣାପଡ଼ିଛି । କିନ୍ତୁ ପୋଲିସ ଘଣ୍ଟ ଘୋଡ଼ାଉଛି, ସେମାନଙ୍କ ନାଁ ପ୍ରକାଶ କରୁନି କି ତଦନ୍ତ ପରିସରକୁ ନେଉନି ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: