ସୁବର୍ଣ୍ଣପୁର: ବାଇକ୍‌ ଡିକି ଭାଙ୍ଗି ଲୁଟି ନେଲେ ୨ ଲକ୍ଷ ଟଙ୍କା!

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରପୁରରେ ଆଜି ଦୁର୍ବୃତ୍ତମାନେ ବାଇକ ଡିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି। ଲୁଟର ଶିକାର ହୋଇଛନ୍ତି ରାଧେ ପ୍ରଧାନ (୨୮)।

ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଜିଲ୍ଲାର ଉଲୁଣ୍ଡା ବ୍ଲକ କଳାପଥର ଛକଠାରେ ଗ୍ରାହକ ସେବାକେନ୍ଦ୍ର କରିଥିବା ରାଧେ ପ୍ରଧାନ ବୀରମହାରାଜପୁର ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଚେକ୍‌ ମାଧ୍ୟମରେ ଏକ ଲକ୍ଷ ୯୨ ହଜାର ଟଙ୍କା ଉଠାଇ ଡିକିରେ ରଖିଥିଲେ। ଏହା ପରେ ସେ ବୀରମହାରାଜପୁର ମୁଖ୍ୟ ଛକଠାରେ ଥିବା ପ୍ରତିଭା ବହି ଦୋକାନରୁ କିଛି ଜିନିଷ କିଣୁଥିଲେ। ଆଖି ପିଛୁଳାକେ ରାଧେକୁ ପିଛା କରୁଥିବା ଦୁଇ ବାଇକ୍‌ ଆରୋହୀ ତାଙ୍କ ବାଇକ୍‌ ପାଖକୁ ଯାଇଥିଲେ। ସେଥିମଧ୍ୟରୁ ଜଣେ ଯୁବକ ଡିକି ଭାଙ୍ଗି ଟଙ୍କା ବେକ୍‌ ଧରି ଫେରାର ହୋଇ ଯାଇଥିଲା।

Leave a Reply

Your email address will not be published. Required fields are marked *