ଜଗନ୍ନାଥ ପ୍ରସାଦରେ ଜଗନ୍ନାଥ ପ୍ରତିମାକୁ ଗଡୁଥିବା ରଘୁନାଥ ଏବେ ଓପାସରେ

ଜଗନ୍ନାଥ ପ୍ରସାଦ,୪/୭(ଲକ୍ଷ୍ମୀ ନାରାୟଣ ବେହେରା) : ମହାମାରୀ କୋରନା ପ୍ରକୋପ ରୁ ବର୍ତ୍ତୀ ପାରିନାହାନ୍ତି ସାରା ଓଡିଶାରେ ଖ୍ୟାତି ଅର୍ଜନ କରିଥିବା କଳାକାର ମାନେ । ଏଥିମଧ୍ୟରୁ ଦୃଷ୍ଟି ଆକର୍ଷଣ କରିଥିଲା ଗଂଜାମ ଜିଲ୍ଲା ର ଜଗନ୍ନାଥ ପ୍ରସାଦ ଗ୍ରାମ ର ରଘୁନାଥ ସାହୁ ଙ୍କ କରୁଣ କାହାଣୀ । ନିମ୍ବ ବୃକ୍ଷ କାଠ କୁ ଜଗନ୍ନାଥ ଙ୍କ ଆକୃତି ଦେଇ ସୁନ୍ଦର ସୁନ୍ଦର ମୁର୍ତ୍ତି ନିର୍ମାଣ କରି ସାରା ଓଡ଼ିଶାରେ ଖ୍ୟାତି ଅର୍ଜନ କରିଥିଲେ । ସରକାର ଙ୍କତରଫରୁ ଅନେକ ମାନ ପତ୍ର ପାଇଥିଲେ । କିନ୍ତୁ ମହାମାରୀ କରୋନା ଜିବିକା ଛଡେଇ ନେଇଛି । ରଘୁନାଥ ସାହୁ ଙ୍କୁ ପରିବାର ର ଭରୋଣ ପୋସୋଣ କରିବା ମଧ୍ଯ୍ୟ କଷ୍ଟସାଧ୍ୟ ହୋଇ ପଡିଛି । ରଘୁନାଥ ସାହୁ ଙ୍କ କହିବା ଅନୁଯାୟୀ ସରକାର ମାନପତ୍ର ଦେଇ ଚୁପ ହୋଇଯାଇଛନ୍ତି । ନା ପ୍ରଶାସନ ତରଫରୁ କିଛି ସାହାଯ୍ୟ ମିଳୁଛି ନା ସହାନୁଭୂତି । ଏହିପରି ଜଦି ଆଉ କିଛି ଦିନ ଚାଲେ ବାଧ୍ଯ ହୋଇ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାଯ୍ୟ ଛାଡି ଅନ୍ୟ ପନ୍ଥା ଧରିବୁ ।
କିଛି ଜଗନ୍ନାଥ ସଂସ୍କୃତି ପ୍ରେମୀ ଓ ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ପ୍ରଶାସନ ତରଫରୁ ଗରିବ କଳାକାରଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରି ଓଡ଼ିଶାରେ ଖ୍ୟାତି ଅର୍ଜନ କରିଥିବା କଳା ଓ କଳାକାର ଙ୍କୁ ବଂଚାଇ ରଖିବା ଉଚିତ ।

Leave a Reply

Your email address will not be published. Required fields are marked *