ଆଜିଠୁ ଆରମ୍ଭ ହେବ ଭାରତରେ କୋଭାକ୍ସିନ୍‌ର ହ୍ୟୁମାନ୍ ଟ୍ରାଏଲ୍

ଭାରତରେ ମଙ୍ଗଳବାରଠୁ ଆରମ୍ଭ ହେବ କରୋନା ଭାକସିନର ହ୍ୟୁମାନ୍ ଟ୍ରାଏଲ୍ ।ଦେଶର ପ୍ରଥମ ସ୍ବଦେଶୀ କୋଭିଡ୍-୧୯ ଟୀକାକୁ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆନ୍ ମେଡିସିନ୍ (DCGI) ଦ୍ବାରା ହ୍ୟୁମାନ ଟ୍ରାଏଲ ପାଇଁ ଅନୁମତି ମିଳିଛି । ‘କୋଭାକ୍ସିନ୍’ ନାମକ ଟୀକା ବିକାଶ ଭାରତ ବାୟୋଟେକ୍ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନଆଇଭି) ସହିତ ମିଳିତ ଭାବରେ ବିକଶିତ କରିଛନ୍ତି ।ଦେଶରେ ମଙ୍ଗଳବାରଠାରୁ ଏହି ଟୀକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ। କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଟୀକାର ବିକାଶରେ ଆଇସିଏମଆର ଏବଂ ଏନଆଇଭିର ସହଯୋଗ ଗୁରୁତ୍ବପୂର୍ଣ୍ଣ ।ଭାକସିନ୍ ଟ୍ରାଏଲ୍ ପାଇଁ ୧୨ଟି ସଂସ୍ଥାକୁ ଚୟନ କରାଯାଇଛି । ପାଟନା ଏମ୍ସ ଏହି ସଂସ୍ଥାରେ ରହିଛି ।ସଫଳତା ମିଳିବା ପରେ ଏହା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଟନା ଏମ୍ସ ଡାକ୍ତର, ଭାକସିନ୍ ପ୍ରସ୍ତୁତକାରୀ କମ୍ପାନୀ ଓ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ବୈଜ୍ଞାନିକଙ୍କ ନେତୃତ୍ୱରେ କରାଯିବ । ତିନୋଟି ପ୍ୟାକେଜରେ ହ୍ୟୁମାନ୍ ଟ୍ରାଏଲ୍ ହେବ । ମୋଟ ୩୭୫ଜଣଙ୍କ ଉପରେ ଟେଷ୍ଟ କରାଯିବ । ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର ୧୨୫ଜଣଙ୍କଠାରେ ପରୀକ୍ଷଣ କରାଯିବ । ସେମାନଙ୍କୁ ପ୍ରଥମ ଡୋଜ୍ ଦେବାର ୧୪ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ । ଏହାପରେ ସମସ୍ତଙ୍କର ଯାଞ୍ଚ ହେବ ।ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ଅଗଷ୍ଟ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି ।ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ସହିତ ଲଢିବା ପାଇଁ କୌଣସି ଟୀକା ଉଦ୍ଭାବନ କରାଯାଇ ନାହିଁ । ଏଥି ସହିତ କରୋନାର ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *