କାର୍ତ୍ତିକ ମାସରେ ଡାବୁଗାଁରେ ପରିବା ଦର ଆକାଶ ଛୁଆଁ , ସାଧାରଣ ଲୋକେ ହନ୍ତସନ୍ତ,ନିରବ ପ୍ରଶାସନ

ଡାବୁଗାଁ (ନବରଙ୍ଗପୁର): ପବିତ୍ର କାର୍ତ୍ତିକ ମାସରେ ଡାବୁଗାଁ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି। ପ୍ରାୟ ସବୁ ଘରେ ଏବେ ନିରାମିଷ ଭୋଜନ ହେଉଥିବାରୁ ପରିବାର ଚାହିଦା ଦୁଇ ଗୁଣା ବଢିଯାଇଛି। ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ମନଇଚ୍ଛା ଦର ବଢାଇ ଦେଉଥିବା ଅଭିଯୋଗ ହୋଇଛି। ଗତ ବର୍ଷ ଅପେକ୍ଷା ଦୁଇ ଗୁଣା ଦର ଗତ ସପ୍ତାହରେ ୩୦ ଟଙ୍କାରେ ମିଳୁଥିବା ଟମାଟର ଏବେ ୬୦/୭୦ ଟଙ୍କା ହୋଇଛି। ସେହିପରି ଫୁଲକୋବି ୧୦୦ ଟଙ୍କା, ବିନ୍ସ ୧୨୦ ଟଙ୍କା, ବାଇଗଣ ୬୦ ଟଙ୍କା, ଭେଣ୍ଡି ୬୦ ଟଙ୍କା କେଜି ପ୍ରତି ବିକ୍ରି ହେଉଛି। ଧନିଆ ପତ୍ର ଓ କଞ୍ଚା ଲଙ୍କା ଦର ଶୁଣିଲେ ଗ୍ରାହକ ମୁଣ୍ଡରେ ହାତ ଦେଉଛି। ବାକି ପରିବାର ଦର ନକହିବା ଭଲ। ଚାଷୀ କହୁଛି ଅମଳ କମ୍, ବ୍ୟବସାୟୀ କହୁଛି ପରିବହନ ଖର୍ଚ୍ଚ ଅଧିକ ସ୍ଥାନୀୟ ଚାଷୀଙ୍କ ମତରେ ଅଦିନିଆ ବର୍ଷା ଯୋଗୁଁ ପରିବା ଫସଲ ନଷ୍ଟ ହୋଇଛି। ଡାବୁଗାଁ ଅଞ୍ଚଳରେ ଚାହିଦା ଅନୁଯାୟୀ ପରିବା ଉତ୍ପାଦନ ହେଉନାହିଁ। ତେଣୁ ରାୟଗଡ଼ା, ଜୟପୁର ଓ ବିଶାଖାପାଟଣାରୁ ପରିବା ଆଣିବାକୁ ପଡୁଛି। ପରିବହନ ଖର୍ଚ୍ଚ ବଢିବାରୁ ଦର ମଧ୍ୟ ବଢୁଛି ବୋଲି ବ୍ୟବସାୟୀ କହୁଛନ୍ତି।ଡାବୁଗାଁ ବଜାରକୁ ଆସିଥିବା ଲକେ କହୁଛନ୍ତି “୫୦୦ ଟଙ୍କାରେ ବ୍ୟାଗ୍ ଭର୍ତ୍ତି ହେଉନାହିଁ। କାର୍ତ୍ତିକ ମାସରେ ପ୍ରତିବର୍ଷ ଏମିତି ଲୁଟ୍ ଚାଲିଛି।ଆଗକୁ ପଞ୍ଚୁକ ଅଛି ପରିବା ଦର ଆହୁରି ଅଧିକ ବୃଦ୍ଧି ପାଇ ପରେ ତେଣୁ ପ୍ରଶାସନ ଯଦି ଦର ନିର୍ଦ୍ଧାରଣ କରନ୍ତା ତ ଭଲ ହୁଅନ୍ତା।”ଏ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଯାଞ୍ଚ କରାଯାଇନାହିଁ। ସାଧାରଣ ଲୋକେ ଯୋଗାଣ ବିଭାଗକୁ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!