ଭାରତ ଆସିବେ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ

ନୂଆଦିଲ୍ଲୀ ,୧୦।୯:ସେପ୍ଟେମ୍ବର ୧୨ ଏବଂ ୧୩ ତାରିଖରେ ଭାରତ ମଣ୍ଡପମରେ ଅନୁଷ୍ଠିତ ହେବାକୁ ଥିବା ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିବେ ଜିନପିଙ୍ଗ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣକ୍ରମେ ଜିନପିଙ୍ଗ ଭାରତ ଆସୁଥିବା ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଦିନକ ତଳେ ଗସ୍ତ ନେଇ କୌଣସି ସୂଚନା ନଥିବା କହିଥିଲେ ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର।ଦୀର୍ଘ ୭ ବର୍ଷ ପରେ ଭାରତ ଆସିବେ ଜିନପିଙ୍ଗ। ୨୦୨୦ର ଗଲୱାନ ସଂଘର୍ଷ ପରେ ଭାରତ-ଚୀନ୍‌ ସମ୍ପର୍କରେ ଦେଖାଦେଇଥିବା ତିକ୍ତତା ମଧ୍ୟରେ ଏହି ଗସ୍ତକୁ ବେଶ୍‌ ଗୁରୁତ୍ୱ ଦିଆଯାଉଛି। ୨୦୧୯ରେ ମାମଲ୍ଲାପୁରମ୍‌ରେ ମୋଦୀ-ଜିନପିଙ୍ଗ ଅନୌପଚାରିକ ଶିଖର ବୈଠକ କରିଥିଲେ।ଚୀନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସେପ୍ଟେମ୍ବର ୧୨ ରୁ ୧୩ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ। ନୂଆଦିଲ୍ଲୀରେ ସେପ୍ଟେମ୍ବର ୧୨ – ୧୩ ଆୟୋଜିତ ହେବ ବ୍ରିକ୍ସ ଶିଖର ସମ୍ମିଳନୀ ।  ଏହି ସମ୍ମିଳନୀରେ ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ସମ୍ଭାବନା ରହିଛି ।ଦିନକ ପରେ ନୂଆଦିଲ୍ଲୀରେ  ବ୍ରିକ୍ସ ଶିଖର ସମ୍ମିଳନୀ  ଆରମ୍ଭ ହେବାକୁ ଥିବାବେଳେ ଏହାକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। କଂଗ୍ରେସ ସାଂସଦ ପି ଚିଦାମ୍ବରମ ଏପରି କାର୍ଯ୍ୟକ୍ରମରୁ ଭାରତ ଆଖିଦୃଶିଆ ଲାଭ ପାଇନାହିଁ ବୋଲି କହିଥିବାବେଳେ ବିଜେପି ବିରୋଧୀ ଦଳର କୂଟନୀତି ଆଭିମୁଖ୍ୟ ଉପରେ ସମାଲୋଚନା କରିଛି। ୧୮ ତମ ବ୍ରିକ୍ସ ସମ୍ମିଳନୀ ରବିବାର ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଚାଲିବାକୁ ଥିବାବେଳେ ଭାରତ ଏହାର ଅଧ୍ୟକ୍ଷତା କରିବ।ସେପ୍ଟେମ୍ବର ୧୨ ଏବଂ ୧୩ ତାରିଖରେ ଭାରତ ମଣ୍ଡପମରେ ଅନୁଷ୍ଠିତ ହେବାକୁ ଥିବା ଶିଖର ସମ୍ମିଳନୀକୁ ଦୃଷ୍ଟିରେ ରଖି, ନବଗଠିତ ଏନଡିଏମସି ରାସ୍ତା, ବଜାର, ହୋଟେଲ ଅଞ୍ଚଳ ଏବଂ ଭିଆଇପି ରୁଟ୍ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି। ଏହି କ୍ଷେତ୍ରଗୁଡ଼ିକରେ ସଫାସୁତରା, ରାସ୍ତା ଉନ୍ନତି, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ଏବଂ ଟ୍ରାଫିକ୍ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!