ଡାବୁଗାଁ ଅଞ୍ଚଳରେ ଜିଓ ନେଟ୍‌ୱାର୍କ ସମସ୍ୟା ଯୋଗୁଁ ଡିଜିଟାଲ୍ ସେବା ଠପ୍, ଫୋନ୍ କଲ୍ ଓ ଇଣ୍ଟର୍ନେଟ୍ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ

ନବରଙ୍ଗପୁର: ଡାବୁଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ମୋବାଇଲ୍ ନେଟ୍‌ୱାର୍କ ସେବା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ଜିଓ (Jio) ନେଟ୍‌ୱାର୍କ ଠିକ୍ ଭାବେ କାମ କରୁନଥିବାରୁ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାବୁଗାଁର ପାତ୍ର ସାହି, ନୁଆଗୁଡ଼ା, ବଜାରଦାଣ୍ଡ, ବସ୍ ଷ୍ଟାଣ୍ଡ ଏବଂ ଡଙ୍ଗରୀଗୁଡ଼ା ଭଳି ପ୍ରମୁଖ ମାର୍କେଟ ଅଞ୍ଚଳଗୁଡ଼ିକରେ ନେଟ୍‌ୱାର୍କ ସମସ୍ୟା ସବୁଠୁ ଗୁରୁତର ରହିଛି। ପ୍ରମୁଖ ବଜାର ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ହିଁ ନେଟ୍‌ୱାର୍କର ଅବସ୍ଥା ସବୁଠାରୁ ଶୋଚନୀୟ ରହିଛି।ଏହିସବୁ ସ୍ଥାନରେ ଦୈନନ୍ଦିନ ଲକ୍ଷାଧିକ ଟଙ୍କାର ବ୍ୟବସାୟିକ କାରବାର ଏବଂ ଜରୁରୀକାଳୀନ ଯୋଗାଯୋଗ ହେଉଥିବା ବେଳେ ନେଟ୍‌ୱାର୍କ ଦୁର୍ବଳ ଯୋଗୁଁ ଅନଲାଇନ୍ ପେମେଣ୍ଟ (ଟଙ୍କା ଦେବା ଓ ନେବା) ଠିକ୍ ସମୟରେ ହୋଇପାରୁନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!