ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ

(ପ୍ରିୟଦର୍ଶିନୀ ପାତ୍ର)ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଦଶହରା ପର୍ବ ପୂର୍ବରୁ ନକଲି ସାମ୍ବାଦିକଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ବିଭିନ୍ନ ଖବରକାଗଜ, ୱେବ ପୋର୍ଟାଲ ଓ ୟୁଟ୍ୟୁବ ନ୍ୟୁଜର ପରିଚୟ ପତ୍ର ଧରି କିଛି ନକଲି ସାମ୍ବାଦିକ ଡାବୁଗାଁ ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଓ ବିଦ୍ୟାଳୟରେ ବୁଲି ଚାନ୍ଦା ମାଗୁଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ବିଭିନ୍ନ ତ୍ରୁଟି ଦର୍ଶାଇ ଭୟଭୀତ କରି ଚାନ୍ଦା ଆଦାୟ କରୁଥିବା ଜଣାପଡ଼ିଛି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଏହି ନକଲି ସାମ୍ବାଦିକମାନଙ୍କ ଯୋଗୁଁ ପ୍ରକୃତ ସାମ୍ବାଦିକମାନଙ୍କ ଗୌରବ ଓ ସମ୍ମାନ ନଷ୍ଟ ହେଉଛି। ଏଣୁ ପୋଲିସ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ସହ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ମେଟ୍ରିକ ଅଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଦାବି ହେଉଛି। ଏଥିପ୍ରତି ସାମ୍ବାଦିକ ସଙ୍ଘ ଗୁଡିକ ମଧ୍ୟ ପଦକ୍ଷେପ ନେବା ଆବଶ୍ୟକ ବୋଲି ଡାବୁଗାଁ ସାମ୍ବାଦିକ ସଙ୍ଘ ତରଫରୁ ଦାବି କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!