ବହୁଚର୍ଚ୍ଚିତ ଡାବୁଗାଁ ଲ୍ୟାମ୍ପସ୍ ସାର ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ପାଇଁ ଦାବି

ଡାବୁଗାଁ ଲ୍ୟାମ୍ପସ୍ ରେ ବ୍ୟାପକ ସାର ଦୁର୍ନୀତି ଅଭିଯୋଗ ପରେ , ସାର ଷ୍ଟକ୍ ଯାଞ୍ଚ ବେଳେ ୩୨ ଲକ୍ଷ ୬୨ ହଜାର ଟଙ୍କା ର ଏକ ବଡ଼ ଦୁର୍ନୀତି ସାମ୍ନାକୁ ଆସିଛି। ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶରେ ବର୍ତ୍ତମାନ ଡାବୁଗାଁ ଲ୍ୟାମ୍ପସ୍ ଭାର ପ୍ରାପ୍ତ ଶାଖା ପରିଚାଳକ ହରିବନ୍ଧୁ ମିର୍ଗାନ ଙ୍କୁ ନିଲମ୍ବିତ କରା ଯାଇଛି। ବର୍ତ୍ତମାନ ବିଭିନ୍ନ ସ୍ବେଛାସେବୀ ସଂଗଠନ, ସଂଘ, ଓ ବୁଦ୍ଧିଜୀବୀ ମାନେ ଏହାର ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି। ଏହା ସହ ସାର ନିୟନ୍ତ୍ରଣ ଆଦେଶ, ୧୯୮୫ ଅନୁସାରେ ନିରପେକ୍ଷ ତଦନ୍ତ ସହ , ଆବଶ୍ୟକ ସ୍ଥଳେ ଲୋକାୟୁକ୍ତ ଦ୍ବାରା ମଧ୍ୟ ଉଚ୍ଚ ସ୍ତରୀୟ ତଦନ୍ତ ହେବା ଉଚିତ ବୋଲି ସାମାଜିକ କାର୍ଯ୍ୟକର୍ତ୍ତା ମାନେ ମତବ୍ୟକ୍ତ କରିଛନ୍ତି। ସାର ଦୁର୍ନୀତି ଓ ବିଭିନ୍ନ ଅନିୟମିତତା କୁ ନେଇ ଡାବୁଗାଁ ଲ୍ୟାମ୍ପସ୍ ବିରୋଧରେ ଅନେକ ଅଭିଯୋଗ ସୋଇଥିବା ସ୍ଥଳେ , ନିରପେକ୍ଷ ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହେଲେ ଲ୍ୟାମ୍ପସ୍ ଏମ୍.ଡି ଙ୍କୁ କାର୍ଯ୍ୟ ରୁ ବରଖାସ୍ତ ଯଥା ଶୀଘ୍ର କରିବା ପାଇଁ ଦାବି ହେଉଛି।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!