ନବରଙ୍ଗପୁର – ଡାକ୍ତରଙ୍କୁ ଧମକ ଓ ଦୁର୍ବ୍ୟବହାର ଅଭିଯୋଗରେ ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍ (ଓମ୍ସା) ନବରଙ୍ଗପୁର ଶାଖା ନିନ୍ଦା କରିଛି। ଚିଠିରେ ଦୁଇଟି ବିଷୟରେ ଅଭିଯୋଗ ହୋଇଛି। ପ୍ରଥମ ଅଭିଯୋଗ ୨ ନଭେମ୍ବର ୨୦୨୬ ରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ସିଡିଏମ୍ଓଙ୍କୁ ଧମକ ଦେଇଥିଲେ ଏବଂ ଦ୍ୱତୀୟଟି ହେଲା ୧୯ ନଭେମ୍ବର 2026 ରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ସହ ୧୫-୨୦ ଜଣ ଲୋକ ଡିଏଚ୍ଏଚ୍ ରେ କର୍ତ୍ତବ୍ୟରତ ସର୍ଜରୀ ଡାକ୍ତରଙ୍କୁ ଗାଳିଗୁଲଜ କରିଥିଲେ।ଏହାକୁ ବିରୋଧ କରି ଆସନ୍ତା ସପ୍ତାହରେ ଗୋଟିଏ ଦିନ ପାଇଁ ଜିଲ୍ଲାର ସବୁ ସରକାରୀ ହସ୍ପିଟାଲରେ ଓପିଡି ବନ୍ଦ ରଖିବାକୁ ଓମ୍ସା ନିଷ୍ପତ୍ତି ନେଇଛି। ତେବେ ଜରୁରୀ ସେବା ଜାରି ରହିବ।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |