ଉମରକୋଟ ବ୍ଲକରେ ପଦୋନ୍ନତି ପାଇଲେ ପ୍ରାଥମିକ ଶିକ୍ଷକ

ଉମରକୋଟ (21/11/2026):- ଉମରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 2011 ମସିହା ରୁ ନିରନ୍ତର ଭାବେ କାର୍ଯ୍ୟରତ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଅର୍ଜୁନ ମହାରଣା ଲେବେଲ -IV କୁ ପଦୋନ୍ନତି ପାଇ ଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ଅନ୍ୟ କର୍ମକର୍ତ୍ତା ବୃନ୍ଦ ସ୍ୱତନ୍ତ୍ର ଭାବେ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ଦୀର୍ଘ ଦିନର ଅପେକ୍ଷା ପରେ ଏହି ପଦୋନ୍ନତି ମିଳିଥିବାରୁ ଶ୍ରୀ ମହାରଣା ନିଜର ଖୁସି ବ୍ୟକ୍ତି କରିବା ସହ ଓଡିଶା ସରକାର,ବିଭାଗୀୟ ମନ୍ତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ମହାରଣା ଜଣେ କର୍ମଠ, ଦାୟିତ୍ୱବାନ, ଉତ୍ସାହି ଶିକ୍ଷକ ଭାବେ ସର୍ବତ୍ର ପରିଚିତ। ଜଣେ ସକ୍ରିୟ BLO ଭାବେ ଜିଲ୍ଲା ପ୍ରଶାସନ ଠାରୁ ମଧ୍ୟ ପ୍ରମାଣ ପତ୍ର ସହ ସମ୍ବର୍ଦ୍ଧନା ପାଇଛନ୍ତି। ଏହି ଅବସରରେ ଶ୍ରୀ ମହାରଣାଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି। ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି।ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!