ନୂଆଦିଲ୍ଲୀ ୦୯।୦୭; ମହାରାଷ୍ଟ୍ରରେ ଭୂମିକମ୍ପ ଝଟକା । ମହାରାଷ୍ଟ୍ର ମରାଠାୱାଡ଼ା ଅଞ୍ଚଳରେ ଆଜି ଦୁଇ ଦୁଇ ଥର ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ୩.୬ ଓ ୪.୬ ତ୍ରିବତାରେ ଥରିଛି। ଫଳରେ ବନ୍ୟା ପ୍ରବଣ ଅଞ୍ଚଳରେ ମାଟି ଧସିବା ଘଟଣା ଅଧିକରୁ ଅଧିକ ବଢ଼ିବା ଆଶଙ୍କା କରାଯାଉଛି।ପିମ୍ପ୍ରି ଛିନ୍ଦୱାଡ଼ାରେ ଏକ ବହୁତଳ କୋଠା ଭୁସୁଡ଼ି ପଡ଼ିଛି। ଏହାରି ଭିତରୁ ଜୀବନ ବଞ୍ଚାବାକୁ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ଏବେ ବି ମୁମ୍ବାଇ, ପୁଣେ, ପାଲଘର ସମେତ କେନ୍ଦ୍ର ମହାରାଷ୍ଟ୍ରରେ ବନ୍ୟା ସମସ୍ୟା ଅଧିକ ପରିମାଣରେ ବଢ଼ିଛି। ବନ୍ୟା ଘେରରେ ଶତାଧିକ ଲୋକ ଥିବା ବେଳେ ହଜାର ହଜାର ହେକ୍ଟର ଚାଷ ଜମି ନଷ୍ଟ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |