ଓଡ଼ିଶାରେ ଉପରାଷ୍ଟ୍ରପତି

ଭୁବନେଶ୍ୱର,୯ା୭ :   ଭୁବନେଶ୍ୱରରେ ଉପରାଷ୍ଟ୍ରପତି ସି ପି ରାଧାକୃଷ୍ଣନ୍ ପହଂଚିଛନ୍ତି | ଦିନିକିଆ ଗସ୍ତରେ ଉପରାଷ୍ଟ୍ରପତି ଓଡିଶା ଆସିଥିବାବେଳେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜି ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଛନ୍ତି | ଓୟୁଏଟି ଓ ନାଇଜର୍‌ର ଦୀକ୍ଷାନ୍ତ ସମାରୋହରେ ଯୋଗଦେବାକୁ ଉପରାଷ୍ଟ୍ରପତି ସି ପି ରାଧାକୃଷ୍ଣନ୍ ଭୁବନେଶ୍ବର ଆସିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରାଳୟ ପକ୍ଷରୁ ସ୍ଥାନୀୟ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିବେ। ଏହାସହ “ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ”ର ଶୁଭାରମ୍ଭ କରିବେ। ସାଧାରଣତଃ ସମୁଦ୍ର କୂଳରୁ ୨୩ କିଲୋମିଟର ପର୍ଯ୍ୟନ୍ତ ଭିତରେ ମାଛଧରା କାର୍ଯ୍ୟ ସୀମିତ ରହିଥାଏ। ଏହି ମାଛଧରା ମିଶନ କାର୍ଯ୍ୟକାରୀ ହେବା ଦ୍ବାରା ଓଡ଼ିଶାର ମତ୍ସ୍ୟଜୀବୀମାନେ ସମୁଦ୍ରର ୩୭୦ କିଲୋମିଟର ସୀମା ମଧ୍ୟରେ ମାଛ ଧରିପାରିବେ। ଏହାସହ ପ୍ରାଧିକରଣ ପତ୍ର ପାଇଥିବା ମତ୍ସ୍ୟଜୀବୀମାନେ ଅନ୍ତର୍ଜାତୀୟ ସମୁଦ୍ରରେ ମଧ୍ୟ ମାଛ ଧରିପାରିବେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ, ପଶୁପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍‌.ପି ସିଂହ ବାଘେଲ, ରାଜ୍ୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସରକାରୀସ୍ତରରେ ବ୍ୟାପକ ପ୍ରସ୍ତୁତି ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!