ନବରଙ୍ଗପୁର, ୨୨/୧୧: ରାଜ୍ୟ ପାଇଁ ଗର୍ବର ମୁହୂର୍ତ୍ତ। ଓଡ଼ିଶାର ସୁପରିଚିତ ଡାକ୍ତର ତଥା ଓମ୍ସା ଶାଖା ସମ୍ପାଦକ ଡା. ଜ୍ୟୋତିର୍ମୟ ନାୟକଙ୍କୁ ଜାତୀୟ ସ୍ତରରେ ବଡ଼ ସମ୍ମାନ ମିଳିଛି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ପକ୍ଷରୁ ତାଙ୍କୁ ଆଇଏମ୍ଏ ପ୍ରଫେସରସିପ୍ ଆୱାର୍ଡ – ନ୍ୟାସନାଲ୍ ବେଷ୍ଟ ମେଡିକାଲ୍ ଟିଚର୍ ଆୱାର୍ଡ ପାଇଁ ମନୋନୀତ କରାଯାଇଛି। ଆଇଏମ୍ଏ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ତାଙ୍କୁ ସରକାରୀ ଭାବେ ସୂଚନା ଦିଆଯାଇଛି। ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ, ନୂଆ ଡାକ୍ତରମାନଙ୍କୁ ମାର୍ଗଦର୍ଶନ ଏବଂ ଆଧୁନିକ ଚିକିତ୍ସା ବିଜ୍ଞାନର ଉନ୍ନତି ପାଇଁ ନିରନ୍ତର ପ୍ରୟାସ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି ବୋଲି ଆଇଏମ୍ଏ ପତ୍ରରେ ଉଲ୍ଲେଖ କରିଛି।ଏହି ପୁରସ୍କାର ଆସନ୍ତା ୨୬ ଡିସେମ୍ବର ୨୦୨୬, ସନ୍ଧ୍ୟା ୭ଟାରେ ନ୍ୟାସନାଲ୍ କନ୍ଫରେନ୍ସ ନାଟ୍କନ୍ ୨୦୨୬ ଅବସରରେ ପ୍ରଦାନ କରାଯିବ। ଡା. ନାୟକଙ୍କ ଏହି ସଫଳତା ଖବର ପାଇବା ପରେ ଏସସିବି ମେଡିକାଲର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାରୁ ଜଣେ ଡାକ୍ତର ଜାତୀୟ ସ୍ତରରେ ସମ୍ମାନିତ ହେବା ଆମ ପାଇଁ ବଡ଼ ଗୌରବର ବିଷୟ ବୋଲି ସମସ୍ତେ କହିଛନ୍ତି।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |