(ପ୍ରିୟଦର୍ଶିନୀ ପାତ୍ର)ଡାବୁଗାଁ: ଚିକିଲି ଗ୍ରାମର ପାନୀୟ ଜଳ ସଙ୍କଟକୁ ନେଇ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଡାବୁଗାଁ ସରପଞ୍ଚ ବିନଦ ସଉରା।ସରପଞ୍ଚଙ୍କ କହିବା ଅନୁଯାୟୀ, ଡାବୁଗାଁ ପଞ୍ଚାୟତ ଅଧୀନ ଚିକିଲି ଗ୍ରାମର ପଦର ସାହିରେ ୫୦ରୁ ଊର୍ଦ୍ଧ୍ୱ ପରିବାର ରହୁଥିଲେ ମଧ୍ୟ ସେଠାରେ ଗୋଟିଏ ବି ନଳକୂପ ନାହିଁ। ଏହି ସହିବାସିନ୍ଦା ମାନେ ପାଇପଜଳ ଯୋଗାଣ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ଏହି ସାହିକୁ ଗତ ୨ ମାସ ହେଲା ପାଣି ଆସୁନାହିଁ।ଏନେଇ ସରପଞ୍ଚ ଅନେକ ଥର କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ଓ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଅଧିକାରୀ କୌଣସି ପଦକ୍ଷେପ ନେଉନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି। ଅଧିକାରୀଙ୍କ ଅବହେଳା ଯୋଗୁଁ ଗ୍ରାମର ମହିଳାମାନେ ବାଧ୍ୟ ହୋଇ ସୋମବାର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ଯଦି ତୁରନ୍ତ ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ରାସ୍ତା ଅବରୋଧ ସହ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବ ବୋଲି ସରପଞ୍ଚ ଚେତାବନୀ ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |