ଡାବୁଗାଁରେ ବିଜେପି ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ: ବିଜେପିରେ ମିଶିଲେ ୧୦୦ରୁ ଊର୍ଦ୍ଧ୍ୱ କର୍ମୀ

(ପ୍ରିୟଦର୍ଶିନୀ ପାତ୍ର) ନବରଙ୍ଗପୁର,ଡାବୁଗାଁ:- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ବୋରିଗାଁ କାଜୁ ବଗିଚା ନିକଟରେ ବୋରିଗାଁ ମଣ୍ଡଳ ବିଜେପି ପକ୍ଷରୁ ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେପି ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ, ସୋମନାଥ ପୂଜାରୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଲିଙ୍ଗରାଜ ଭତ୍ରା ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଜନହିତକର ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକ ର ଅଧ୍ୟକ୍ଷତା ମଣ୍ଡଳ ସଭାପତି ଜଗଦୀଶ ଭତ୍ରା କରିଥିଲେ। ବୋରିଗାଁ, କୋଇଲାରୀ, ଘୋଡାଖୁଣ୍ଟା, ଜୁନାପାଣି, ଜବାଗୁଡା, ନନ୍ଦପୁରା ଓ ବଡଓଲମା ପଞ୍ଚାୟତର ଶତାଧିକ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ କିପରି ସୁଦୃଢ କରାଯିବ ଓ ବିଜୟ ହାସଲ କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।ଏହି ଅବସରରେ ବରିଷ୍ଠ ବିଜେପି କର୍ମୀ ରାଜେନ୍ଦ୍ର ବିଶୋଇଙ୍କ ନେତୃତ୍ୱରେ ବିଭିନ୍ନ ଦଳ ଛାଡି ୧୦୦ରୁ ଊର୍ଦ୍ଧ୍ୱ କର୍ମୀ ବିଜେପିରେ ଯୋଗ ଦେଇଥିଲେ। ବୈଠକ ର କାର୍ଯ୍ୟକ୍ରମକୁ ରାଜେନ୍ଦ୍ର ବିଶୋଇ ଓ ଜଗଦୀଶ ଭତ୍ରା ପରିଚାଳନା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!