ଡାବୁଗାଁରେ ମା’ ଗଜଲକ୍ଷ୍ମୀ ଭସାଣି ଉତ୍ସବ ଅନୁଷ୍ଠିତ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର): ଡାବୁଗାଁରେ ଆଜି ଅପରାହ୍ନ ୫. 30 ଟାରେ ମା’ ଗଜଲକ୍ଷ୍ମୀଙ୍କ ଭସାଣି ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି।ଗଜଲକ୍ଷ୍ମୀ ପୂଜା କମିଟି ଦ୍ୱାରା ଆୟୋଜିତ ବିରାଟ ମେଢ଼କୁ ବିରାଟ ପଟୁଆରରେ ବିସର୍ଜନ କରାଯାଇଛି। ଭସାଣି ଶୋଭାଯାତ୍ରାରେ ଡାବୁଗାଁ ମାଟି ଦୁଲୁକି ଉଠିଥିଲା।ନାଚ-ଗୀତ, ଆଦିବାସୀ ଲୋକନୃତ୍ୟ, ଆଧୁନିକ ସଙ୍ଗୀତ ଓ ଦାମି ଡିଜେ ସାଉଣ୍ଡର ତାଳେ ରେଲି ସାହି ସମେତ ଗ୍ରାମବାସୀ ଆନନ୍ଦ-ଉଲ୍ଲାସରେ ଝୁମିଥିଲେ। ବହୁ ଦୂରଦୂରାନ୍ତରୁ ଲୋକେ ଏହି ଭସାଣି ଦେଖିବାକୁ ଆସିଥିଲେ।ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!