ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର):- ଆଜି ଡାବୁଗାଁ ବ୍ଲକରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ପବିତ୍ର ଶ୍ରାଦ୍ଧ ବାର୍ଷିକୀ ପାଳିତ ହେଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ଉକ୍ତ କାର୍ଯ୍ୟକ୍ରମ ଡାବୁଗାଁ ବ୍ଲକ ସରାଗୁଡା ଗ୍ରାମ ନିକଟ ଅନ୍ୟ ଏକ ସହିଦ ମାଟି “ବେଲାରି ” ନଦୀ ନିକଟ ଆର୍ ଏମ୍ ସି ପଡ଼ିଆ ଠାରେ ମଧ୍ୟାହ୍ନ ୧୨.୦୦ ଘଣ୍ଟା ସମୟରେ ଅନୁଷ୍ଠିତ ହେଲା।ଜିଲ୍ଲା କଂଗ୍ରେସ ସଭାପତି ସୁଶ୍ରୀ ଲିପିକା ମାଝୀ ଙ୍କ ଅଧ୍ୟକ୍ଷତା ରେ ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମଝିଙ୍କ ସମେତ ଅନେକ ଜିଲ୍ଲା ସ୍ତରୀୟ ଏବଂ ୧୦ ଗୋଟି ବ୍ଲକ୍ ଓ ନଗର କଂଗ୍ରେସର କର୍ମକର୍ତ୍ତାମାନେ ଉପସ୍ଥିତି ଥିଲା। ଆଜି ସକାଳ ୧୧.୦୦ ସମୟରେ ସ୍ଥାନୀୟ ଡାବୁଗାଁ ମୁଖ୍ୟ ରାସ୍ତାରେ ପଦଯାତ୍ରା ସହ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ଏହାପରେ ମଧ୍ୟାହ୍ନ ୧୨.୦୦ ସମୟରେ ଦୀପ ପ୍ରଜ୍ଜ୍ୱଳନ ଓ ସଭାକାର୍ଯ୍ୟ ଆରମ୍ଭହେଲା ଏବଂ କାର୍ଯ୍ୟକ୍ରମ ସରିବା ପରେ ମଧ୍ୟାହ୍ନ ୨.୦୦ ଘଣ୍ଟା ସମୟରେ ମଧ୍ୟାହ୍ନ ଭୋଜନ ଓ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା। ଆଜି ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗଦେଇ ଥିଲେ। ଆଗାମୀ ପଂଚାୟତ ନିର୍ବାଚନରେ ଜିଲ୍ଲା ସଭାପତି ଲିପିକା ମଝିଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିବ ବଳି ବୁଦ୍ଧିଜୀବୀ ମାହୋଲରେ ଆଲୋଚନା ହେଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |