(ମିହିର ଶଙ୍କର ପାତ୍ର) ନବରଙ୍ଗପୁର :- ଡାବୁଗାଁ କେଲିଆ ଶୈବପୀଠ ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଉନ୍ନୟନ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଉନ୍ନୟନ କମିଟିର ସଭାପତି ତଥା ଡାବୁଗାଁ ତହସିଲଦାର ହରି ଅମ୍ ଭୋଇ, ସଂପାଦକ ଦେବରାଜ ପାତ୍ର, କୋଷାଧ୍ୟକ୍ଷ ଜି ସାଇ ରାଜୁ, ସୁରେନ୍ଦ୍ର ମିଶ୍ର, ପୁର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ଭଗବାନ ମହାନ୍ତି, ପୁର୍ବତନ ସରପଞ୍ଚ ଧର୍ମାନନ୍ଦ ନାୟକ, ଭାଗୀରଥି ମାଝି, ପଦ୍ମ ଚରଣ ମାଝି, ସପନ ମାଝୀ, ନରସିଂହ ଭତ୍ରା, ପୋଲିସ ଏସଆଇ ମହେଶ୍ୱର ବଡବୁଡ଼ିଆ, ଡାବୁଗାଁ ରାଜସ୍ୱ ନିରୀକୟକ, ଅଗ୍ନିଶମ ବିଭାଗର କର୍ମଚାରୀ ମାନେ, ମନ୍ଦିର ପୂଜାରୀ ମାନେ ଏବଂ ସ୍ଥାନୀୟ ଅଞ୍ଚଳ ଭକ୍ତମାନେ ଉପସ୍ଥିତ ଥିଲେ। ବୈଠକକୁ ପରିଚାଳନା କହିଥିଲେ କେଲିଆ ମନ୍ଦିର ଉନ୍ନୟନ କମିଟିର ସଂପାଦକ ଦେବରାଜ ପାତ୍ର। ଶାନ୍ତି ଶୃଙ୍ଖଳାରେ କିଭଳି କାର୍ତ୍ତିକ ପୂର୍ଣ୍ଣିମା ପାଳନ ହେବ ଏହା ଉପରେ ବ୍ୟାପକ ଭାବେ ଆଲୋଚନା ହୋଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |