ପାକିସ୍ତାନର ସିନ୍ଧପ୍ରଦେଶରେ ଶ୍ରୀଜଗନ୍ନାଥଙ୍କ ଜମି

ଭୁବନେଶ୍ୱର, ୧୦ା୯ : ଓଡ଼ିଶା କିମ୍ବା ରାଜ୍ୟ ବାହାରେ ନୁହେଁ, ପାକିସ୍ତାନରେ ମଧ୍ୟ ଅଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି। ପାକିସ୍ତାନର ସିନ୍ଧପ୍ରଦେଶରେ ମହାପ୍ରଭୁଙ୍କ ଜମି ରହିଛି। ଏସବୁ ଜମିର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ଆରମ୍ଭ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ମହାପ୍ରଭୁଙ୍କ ନାମରେ ପ୍ରାୟ ୩୮ ହଜାର ଏକର ଜମି ଥିବା ନେଇ ଆମ ପାଖରେ ରେକର୍ଡ ଅଛି। ଏଥିରୁ ଅଧିକାଂଶ ଓଡ଼ିଶା ମଧ୍ୟରେ ରହିଛି। ଆଉ କିଛି ଜମି ଭାରତର ବିଭିନ୍ନ ରାଜ୍ୟ ଏବଂ ପାକିସ୍ତାନର ସିନ୍ଧପ୍ରଦେଶରେ ରହିଛି। ଦେଶ ଭିତରେ ଥିବା ଜମିର ସ୍ଥିତି ସମ୍ପର୍କରେ ପର୍ଯ୍ୟାୟକ୍ରମେ ଅନୁଧ୍ୟାନ କରାଯିବ। ଓଡ଼ିଶା ମଧ୍ୟରେ ଥିବା ସବୁ ଜମିକୁ ସୁରକ୍ଷିତ କରାଯିବା ସହ ଅନ୍ୟ ଜମିକୁ ଜବରଦଖଲମୁକ୍ତ କରାଯିବ। ଲିଜ୍‌ରେ ଥିବା ଜମିରୁ ଖଜଣା ଓ ଟିକସ ସଂଗ୍ରହ କରି ମହାପ୍ରଭୁଙ୍କ କର୍ପସ୍ ଫଣ୍ଡରେ ଜମା କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ରାଜ୍ୟ ଭିତରେ ଥିବା ମହାପ୍ରଭୁଙ୍କ ଜମିର ସୁରକ୍ଷା ଆଜି ପର୍ଯ୍ୟନ୍ତ ହୋଇପାରିନଥିବା ବେଳେ ଦେଶ, ବିଦେଶରେ ଥିବା ଜମିକୁ ଅକ୍ତିଆର କରିବା କେତେଦୂର ସମ୍ଭବ ହେବ।ରିପୋର୍ଟ ଅନୁସାରେ, ମହାପ୍ରଭୁଙ୍କ ଜମିଜମାର ସୁରକ୍ଷା ଏବଂ ପୁନରୁଦ୍ଧାର ସମ୍ପର୍କରେ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟଙ୍କ ସମସ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନେବାକୁ ରାଜସ୍ୱ ବିଭାଗ ପକ୍ଷରୁ ଫେବ୍ରୁଆରୀରେ ନିର୍ଦେଶନାମା ଜାରି କରାଯାଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ୍ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ଥିବା ସମସ୍ତ ଭୂ-ସମ୍ପତ୍ତିର ଖତିୟାନ ସଂଶୋଧନ ସହ ବିଭିନ୍ନ ଅପେକ୍ଷିତ ମାମଲାର ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦିଆଯାଇଥିଲା । ଏହା ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ମାସରେ ଆଇନ ମନ୍ତ୍ରୀ କହିଥିଲେ, ମହାପ୍ରଭୁଙ୍କ ଭୂ-ସମ୍ପତ୍ତି ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ଭିତରେ ଓ ବାହାରେ ଥିବା ମହାପ୍ରଭୁଙ୍କ ସମ୍ପତ୍ତି ଚିହ୍ନଟ କରାଯାଉଥିବା ବେଳେ ବିଧିମତେ ଏହା ଉପରେ ସରକାରଙ୍କ ଦଖଲ ଆରମ୍ଭ ହେବ । ରାଜ୍ୟ ଏବଂ ରାଜ୍ୟ ବାହାରେ ମହାପ୍ରଭୁଙ୍କର ୬୦ ହଜାର ଏକର ଜମି ରହିଛି । ସେଥିମଧ୍ୟରୁ ଆମ ପାଖରେ ୩୨ ହଜାର ଏକର ଜମିର କାଗଜପତ୍ର ପ୍ରସ୍ତୁତ ହୋଇସାରିଛି । ପ୍ରାୟ ୬ଟି ରାଜ୍ୟରେ ଶ୍ରୀମନ୍ଦିରର ପ୍ରାୟ ୪୦୦ ଏକର ଭୂ-ସମ୍ପତ୍ତି ରହିଛି । ଅନ୍ୟ ଜମିଗୁଡ଼ିକୁ ଚିହ୍ନଟ କରିବା ଲାଗି ପଦକ୍ଷେପ ନିଆଯାଉଛି ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!