ନବରଙ୍ଗପୁର:(୨୯|୧୧) ନବରଙ୍ଗପୁର ଜିଲ୍ଳା ଡାବୁଗାଁ ସହକାରୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପରିସରରେ ଚାଷୀମାନଙ୍କୁ ଆଳୁ ବିହନ ବଣ୍ଟନ କଲେ ବିଧାୟକ ଓ ସମ୍ମାନୀତ ଅତିଥି ବୃନ୍ଦ ll ଆଜି ଅପରାହ୍ନରେ ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ଡାବୁଗାଁ ପଞ୍ଚାୟତ ସମିତି ଅଧ୍ଯକ୍ଷା ବୀଣା ମାଝୀ, ଜିଲ୍ଳା ପରିଷଦ ସଭ୍ଯ ଜୋନ–୧ ଧନ ସିଂ ଭତ୍ରl ଓ ଜୋନ–୨ ଗୁପ୍ତ ବିଶୋୟୀ, ବରିଷ୍ଠ କଂଗ୍ରେସ ବ୍ଳକ ସଭାପତି ଜି.ସାଇ ରାଜୁ,ବିଜେପି ଜିଲ୍ଳା ସମ୍ପାଦକ ଜେ.ରାଜ ଶେଖର ରାଓ, ବିଜେପି ସାଂସଦ ପ୍ରତିନିଧି ରାଜେନ୍ଦ୍ର ବିଶୋୟୀ,କୃଷକ ମୋର୍ଚ୍ଚା ଜିଲ୍ଳା ଉପ ସଭାପତି ରତନ କଲାର, କୃଷକ ମୋର୍ଚ୍ଚା ଜିଲ୍ଲା କୋଷାଧ୍ଯକ୍ଷ ଜି.କିରଣ କୁମାର,ଡାବୁଗାଁ ବ୍ଳକ କୃଷକ ମୋର୍ଚ୍ଚା ବ୍ଳକ ସଭାପତି ଭଗତ କଲାର,ଚାଷୀ ରାଜା ବାବୁ ପ୍ରମୁଖ ମଞ୍ଚ ଉପରେ ଉପବେଶନ କରିଥିବା ବେଳେ ଡାବୁଗାଁ ବ୍ଳକ ର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଚାଷୀବୃନ୍ଦ ଉପସ୍ଥିତ ରହିଥିଲେ l ଚାଷୀମାନେ କୃଷକ ଓଡିଶା ପୋର୍ଟାଲରେ ନାମ ରେଜିଷ୍ଟ୍ରେସନ୍ କରାଇ ବ୍ୟାଙ୍କ୍ ଖାତା ସହିତ ଆଧାର କାର୍ଡ ଲିଙ୍କ କରାଇ ସାରିବା ପରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ମାଧ୍ୟମରେ ବ୍ଳକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ସହଯୋଗରେ ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମରେ ପ୍ରତି ଚାଷୀ ଅଧା ଏକର ପାଇଁ ୩ କ୍ୱିଣ୍ଟାଲ ଆଳୁ ବିହନ ନେଇ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ୧୮୭୫ ଟଙ୍କା ବାନ୍ଧି ବିହନ ନେଇ ଚାଷ କରିବେ, ଚାଷିଙ୍କୁ ସବସିଡି ତାଙ୍କର ବ୍ୟାଙ୍କ୍ ଖାତାକୁ ୧୩ ହଜାର ସାତ ଶହ ପଚସ୍ତରୀ ଟଙ୍କା ଆସିବ l ଏପରି ୨୦୦ ଚାଷୀଙ୍କୁ ୬୫୦ କ୍ୱିଣ୍ଟାଲ ଆଳୁ ବିହନ ପ୍ରଦାନ କରାଯାଇଥିଲା l ଉଦ୍ୟାନ ବିଭାଗ କର୍ମଚାରୀ ମାନେ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିଥିଲେ ଲ ରିପୋଟ ପ୍ରିୟଦର୍ଶିନୀ ପାତ୍ର, ନବରଙ୍ଗପୁର
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |