ରିଣ୍ଟୁନଙ୍କ ପାଖକୁ ଜନ୍ମଦିନର ଉପହାର ପଠାଇଛନ୍ତି ଅଭିନେତା ସୁନୀଲ ସେଟ୍ଟୀ

ଫୁଲବାଣୀ,୨୫/୯: ବଲିଉଡ଼ ସୁପରଷ୍ଟାର ସୁନୀଲ ସେଟ୍ଟୀ ଫ୍ୟାନ କ୍ଲବର ସଦସ୍ୟ ତଥା ଫୁଲବାଣୀ ସହର କେନ୍ଦୁପଦର ନିବାସୀ ରିଣ୍ଟୁନ ନାୟକଙ୍କ ପାଖକୁ ଜନ୍ମଦିନର ଶୁଭେଚ୍ଛା ସହ ଉପହାର ପଠାଇଛନ୍ତି ଅଭିନେତା ସୁନୀଲ ସେଟ୍ଟୀ। ସେ ଲଞ୍ଚ୍ କରିଥିବା ମେଟାମ୍ୟାନ ବ୍ରାଣ୍ଡର ଅଳଙ୍କାର ଉପହାର ପଠାଇଛନ୍ତି ସୁନୀଲ।ସୂଚନାଯୋଗ୍ୟ, କୋଭିଡ ସମୟରେ ସୁନୀଲ ସେଟ୍ଟୀଙ୍କ ଦ୍ୱାରା ଚାଲିଥିବା ସହାୟତା କାର୍ଯ୍ୟକ୍ରମରେ ସାମିଲ ହୋଇ ରିଣ୍ଟୁନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଏଥିପାଇଁ ତାଙ୍କୁ ମୁମ୍ବଇ ନିମନ୍ତ୍ରଣ କରି ସୁନୀଲ ସମ୍ବର୍ଦ୍ଧିତ କରିଥିଲେ। ଓଡ଼ିଶାରୁ ଏକମାତ୍ର ବ୍ୟକ୍ତି ଭାବେ ସେ ଏହି ସୁଯୋଗ ପାଇଥିଲେ। ସୁନୀଲ ସେଟ୍ଟୀଙ୍କ ପାଖରୁ ଏଭଳି ଜନ୍ମଦିନର ଶୁଭେଚ୍ଛା ଓ ଉପହାର ପାଇବାକୁ ଜୀବନର ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି ରିଣ୍ଟୁନ। ଅନେକ ରିଣ୍ଟୁନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!