ଭୁବନେଶ୍ୱର,୨୬ା୯ : ୭ଟି ଫ୍ଲାଏଓଭର ଭୁବନେଶ୍ୱରରେ ନିର୍ମାଣ ହେବ। ରାଜଭବନ ଛକରୁ ବାରଙ୍ଗ ମଧ୍ୟରେ ଏହି ସମସ୍ତ ଫ୍ଲାଏ ଓଭର ନିର୍ମାଣ ହେବ। ପାଓ୍ବାର ହାଉସ ଛକ, ନିକୋପାର୍କ ଛକ, ଜୟଦେବ ବିହାର ଛକ, ଜନତା ମଇଦାନ ଛକ, ଜାଭିୟର ଛକ, କଳିଙ୍ଗ ହସ୍ପିଟାଲ ଛକ ଏବଂ ନନ୍ଦନକାନନ ଛକ ନିକଟରେ ଫ୍ଲାଏଓଭର ନିର୍ମାଣ କରାଯିବ। ଏଥିସହିତ ରାଜ୍ୟର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ଭଦ୍ରକ, ବଲାଙ୍ଗୀର, ବରଗଡ ଏବଂ ଭବାନୀପାଟଣା ଆଦି ସହରରେ ରିଙ୍ଗ୍ରୋଡ୍ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି। ବିଜେଡି ସଭ୍ୟ ଧ୍ରୁବଚରଣ ସାହୁଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସୋମବାର ବିଧାନସଭାରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱର ରାଜଭବନ ଛକଠାରୁ ନନ୍ଦନକାନନ ଦେଇ ବାରଙ୍ଗ ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ସହିତ ଉକ୍ତ ଫ୍ଲାଏ ଓଭର ନିର୍ମାଣ କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |