ବିଧାନସଭାରେ ପାରିତ ହେଲା ଗୁରୁତ୍ୱପୂର୍ଣ୍ଣ ୬ଟି ବିଲ୍‌

ଭୁବନେଶ୍ଵର,୨୭।୯: ବିଧାନସଭାରେ ପାରିତ ହେଲା ଗୁରୁତ୍ୱପୂର୍ଣ୍ଣ ୬ଟି ବିଲ୍‌ । ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ବିଲ୍‌, ପଦ ଓ ସେବା ସଂରକ୍ଷଣ ବିଲ୍‌ ପାସ୍ । ଓଡ଼ିଶା ଚକବନ୍ଦୀ ବିଲ୍‌, ଓଡ଼ିଶା ଓବିସି କମିଶନ ସଂଶୋଧନ ବିଲ୍‌ ପାସ୍‌ । ଦ୍ରବ୍ୟ ଓ ସେବା କର ଏବଂ ପୌର ବିଧି ସଂଶୋଧନ ବିଲ୍‌ ପାରିତ । ପୂର୍ବରୁ ଥିବା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନୟମ, ୧୯୮୨ ଓ ଓଡ଼ିଶା ଆପାର୍ଟମେଣ୍ଟ‌ ମାଲିକାନା ନିୟମ, ୧୯୯୨ ଆଉ କାମ କରିବ ନାହିଁ। ଏହି ନୂଆ ଆଇନ୍ ପ୍ରଣୀତ ହେବା ଦ୍ବାରା ଫ୍ଲାଟ୍‌ ମାଲିକ ସଂଘ ନାମରେ ଆପାର୍ଟମେଣ୍ଟ୍‌ର ସାଧାରଣ ସ୍ଥାନ, ଖେଳ ପଡ଼ିଆ ଆଦି ପଞ୍ଜୀକୃତ ହେବ।

ଓଡିଶା ଆପାର୍ଟମେଣ୍ଟ ବିଲ୍-୨୦୨୩ରେ ରହିଛି ଏସବୁ ବ୍ୟବସ୍ଥା…

୧. ଆପାର୍ଟମେଣ୍ଟର ସାଧାରଣ ସ୍ଥାନର ବ୍ୟବହାରକୁ ନିୟନ୍ତ୍ରଣ କରିବ ମାଲିକ ସଂଘ।
୨. ଆପାର୍ଟମେଣ୍ଟର ସାଧାରଣ ବ୍ୟୟ ନିମନ୍ତେ ଆବଣ୍ଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି କରିବା।
୩. ରିଅଲ୍ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମର ବ୍ୟବସ୍ଥା ଅନୁରୁପ ଆବଣ୍ଟନଗ୍ରାହୀମାନଙ୍କ ସଂଘ ନାମରେ ସାଧାରଣ କ୍ଷେତ୍ରର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକୀୟ ବ୍ୟବସ୍ଥା ସୃଷ୍ଟି କରିବା।
୪. ଆବଣ୍ଟନଗ୍ରାହୀମାନଙ୍କ ସଂଘକୁ ଦକ୍ଷ ପ୍ରାଧୀକରଣଙ୍କ ନିକଟରେ ପଞ୍ଜୀକରଣ କରି ଏହାର ପରିଚାଳନା ନିମନ୍ତେ ବିଭିନ୍ନ ସର୍ତ୍ତାବଳୀ ପାଇଁ ଉପ-ବିଧି ଦ୍ୱାରା ଏକକ ବ୍ୟବସ୍ଥା କରିବା।
୫. ପୃଷ୍ଠପୋଷକମାନଙ୍କର ଦାୟିତ୍ୱକୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରିବା।
୬. ପ୍ରତ୍ୟେକ ଆପାର୍ଟମେଣ୍ଟ ନିର୍ମାତା ଓ ଆପାର୍ଟମେଣ୍ଟ ମାଲିକମାନଙ୍କ ସଂଘ ସହିତ ସମ୍ପର୍କ ଏବଂ ତତସଲଗ୍ନ ଅଧିକାର ଏବଂ ଦାୟିତ୍ୱକୁ ନିର୍ଦ୍ଧାରିତ କରିବା।
୭. ଆପାର୍ଟମେଣ୍ଟ ମାଲିକମାନଙ୍କର ସଂଘ ଗଠନ ପାଇଁ ବ୍ୟବସ୍ଥା କରିବା।
୮. ଆପାର୍ଟମେଣ୍ଟର ବୀମା ଏବଂ ଏହାର ନିର୍ମାଣ ଜନିତ ସ୍ଥିରତା ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରିବା।
୯. ଆପାର୍ଟମେଣ୍ଟ ମାଲିକଙ୍କ ସ୍ୱାର୍ଥକୁ ଉପଯୁକ୍ତ ଭାବେ ସୁରକ୍ଷା ଯୋଗାଇବା ପାଇଁ ଅଧିନିୟମ, ନିୟମ ଏବଂ ନିୟମାବଳୀକୁ ମାନି କାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା କରିବା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!