ପିପିଲି, ୧୯।୧୦: ନିମାପଡା- ପିପିଲି ଟୋଲ ଗେଟରେ ଫାଙ୍କା ଗୁଳିଚାଳନା କଲେ ଅପରାଧୀ | ଆଉ ସେମାନଙ୍କୁ ଧରିବାକୁ ନାକେଦମ ହେଲା ପୁଲିସ | ତେବେ କାର ସହ ୩ ଜଣ ଡକାୟତଙ୍କୁ ପୁଲିସ କାବୁ କରିଥିବାବେଳେ ୨ ଜଣ ଫେରାର ହୋଇଯାଇଛନ୍ତି | ସେମାନଙ୍କୁ ଧରିବାକୁ ପୁଲିସ ଛାନଭିନ ଚଳାଇଛି | ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ଏକ କାରରେ ୫ ଜଣ ପୁରୀକୁ ଯାଉଥିବାବେଳେ ଟୋଲ ଫିକୁ ନେଇ ପିପିଲି ଟୋଲ ଗେଟରେ କର୍ମଚାରୀ ଙ୍କ ସହିତ ପାଟିତୁଣ୍ଡ ହୋଇଥିଲା |ପିପିଲି ଟୋଲ୍ ପ୍ଲାଜାରେ ଫାୟାରିଂ। ଟୋଲ୍ କର୍ମଚାରୀଙ୍କ ସହ ବଚସାରୁ ଫାଙ୍କା ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ଟୋଲ୍ କର୍ମଚାରୀଙ୍କୁ ଆକ୍ରମଣ ପରେ ଫାଙ୍କା ଗୁଳିମାଡ଼ କରିଛନ୍ତି। ୭ ଜଣ ଦୁର୍ବୃତ୍ତ ଏକ କାରରେ ଭୁବନେଶ୍ବରରୁ ପୁରୀ ଯାଉଥିବା ବେଳେ ଟୋଲ୍ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି |ଏହା ପରେ କାରରେ ଥିବା ଯୁବକମାନେ ଫାଙ୍କା ଗୁଳିଚାଳନା କରିଥିଲେ | ତେବେ ଖବର ପାଇ ପିପିଲି ପୁଲିସର ସନ୍ଦେହ ହେବାରୁ ସେମାନେ ଉକ୍ତ କାରକୁ ପିଛା କରିଥିଲେ | ଆଉ ଉକ୍ତ କାର ସହ ତିନିଜଣ ଅପରାଧୀଙ୍କୁ ନିମାପଡା ଥାନା ଡଗରା ସାହି ନିକଟରେ ପୁରୀ,ପିପିଲି, ନିମାପଡା ଓ ଗୋପ ପୁଲିସ ମିଳିତ ଭାବେ ଧରିଛନ୍ତି | ଘଟଣାସ୍ଥଳରେ ନିମାପଡା ଓ ପିପିଲି ଏସଡ଼ିପିଓ ପହଂଚି ତଦନ୍ତ କରୁଛନ୍ତି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |