ଭୁବନେଶ୍ୱର,୨୯ା୧୦:ସୂଚନା ଅଧିକାର କର୍ମୀ ତଥା ‘ମୋ ଦଳ’ର ସମ୍ପାଦକ ପ୍ରଦୀପ ପ୍ରଧାନଙ୍କୁ ଆଜି ଗିରଫ କରିଛି ପୁଲିସ୍। ଭୁବନେଶ୍ୱର ମହିଳା ଥାନା ପୁଲିସ୍ ତାଙ୍କୁ ଗିରଫ କରିଛି। ଦୁଇ ବର୍ଷ ତଳେ ଦୂତି ଚାନ୍ଦ ଦେଇଥିବା ଏତଲା ଆଧାରରେ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରାଯାଇଛି ବୋଲି ଭୁବନେଶ୍ୱର ଜୋନ୍ ୧ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି। ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କୁ ଭୁବନେଶ୍ୱର ମହିଳା ଥାନା ପୁଲିସ ଗିରଫ କରିଛି। ଧାବିକା ଦୂତୀ ଚାନ୍ଦଙ୍କ ଏତଲା ଆଧାରରେ ଏହି ଗିରଫଦାରୀ ହୋଇଥିବା ଭୁବନେଶ୍ୱର ଜୋନ-୧ ଏସିପି କହିଛନ୍ତି। ଦୂତୀ ଚାନ୍ଦ ୨ ବର୍ଷ ତଳେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ବିରୁଦ୍ଧରେ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦାୟର କରିଥିଲେ। ଅଲିମ୍ପିକସରେ ଖରାପ ପ୍ରଦର୍ଶନ ଯୋଗୁ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଦୂତୀ ପ୍ରଦୀପଙ୍କ ସମେତ ଅନ୍ୟ କେତେ ଜଣଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |