ମୁମ୍ବାଇରେ ଅତି ପ୍ରବଳ ବର୍ଷା , ରେଡ ଆଲର୍ଟ ଜାରି

ମୁମ଼୍ବାଇ,୯।୭: ମୟାନଗରୀ ମୁମ଼୍ବାଇରେ ପ୍ରବଳ ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁସାରେ ଆଜି ମୁମ଼୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ମୁମ୍ବାଇରେ ରବିବାର ରାତିରୁ ଗତକାଲି ସକାଳ ଭିତରେ ୩ଶହ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ସହରୀ ବନ୍ୟା ଓ ଜଳବନ୍ଦୀ ସ୍ଥିତି ଯୋଗୁଁ ଜୀବନ ଯାତ୍ରା ଭୀଷଣ ପ୍ରଭାବିତ ହୋଇଛି । ତେବେ କାଲି ମଧ୍ୟ ସାରାରାତି ବର୍ଷା ଲାଗି ରହିବା ଫଳରେ ସ୍ଥିତି ଆହୁରି ଜଟିଳ ହୋଇଛି ।ଆଜି ମଧ୍ୟ ମୁମ୍ବାଇରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ମୁମ୍ବାଇର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛି ମହାନଗର ନିଗମ। ଏଥିସହ ଆବଶ୍ୟକ ନ ଥିଲେ ଲୋକଙ୍କୁ ଘରୁ ନ ବାହାରିବାକୁ ସତର୍କ କରାଯାଇଛି ।ରାସ୍ତାରେ ବର୍ଷାଜଳ ଲହଡ଼ି ଭାଙ୍ଗୁଥିବା ବେଳେ ଖରାପ ପାଗ ଯୋଗୁଁ ପ୍ରାୟ ୫୦ଟି ବିମାନକୁ ବାତିଲ କରାଯାଇଛି । ଟ୍ରେନ୍ ଟ୍ରାକରେ ମଧ୍ୟ ପାଣି ଜମି ରହିବାରୁ ଏକାଧିକ ଟ୍ରେନ୍ ବାତିଲ ହୋଇଯିବା ସହ ସମୟରେ ପରିବର୍ତ୍ତନ କରାଯାଇଛି। ଥାନେ, ଅନ୍ଧେରି, କୁର୍ଲା, ଭଣ୍ଡୁପ୍, କିଙ୍ଗ୍ ସର୍କଲ୍ ଏବଂ ଦାଦର ସମେତ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି। ସହରର ବିଭିନ୍ନ ସ୍ଥାନରେ ଶତାଧିକ ଦୁଇ, ତିନି, ଚାରିଚକିଆ ଯାନ ବର୍ଷାଜଳରେ ଫସିରହିଥିବା ଲକ୍ଷ୍ୟ କରାଯାଇଛି। ଏହି ପରିପ୍ରେକ୍ଷୀରେ ସହରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଗାମୀ ଦୁଇଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ନିହାତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସହରବାସୀଙ୍କୁ ନିବେଦନ କରିଛନ୍ତି। କୌଣସି ବ୍ୟକ୍ତି ଯେପରି ସମୁଦ୍ରକୂଳ ନ ଯାଆନ୍ତି, ସେଥିପ୍ରତି ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ମୁମ୍ବଇ ପୁଲିସ କମିସନରଙ୍କୁ ନିର୍ଦେଶ ଦେଇଛନ୍ତି। ରେଳଧାରଣାରୁ ଜଳ ନିଷ୍କାସନ ନିମନ୍ତେ ୫୦୦ରୁ ଅଧିକ ପମ୍ପକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ମୁମ୍ବଇର ଉପକୂଳ ଅଞ୍ଚଳଗୁଡିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୫୦ ବିମାନର ଉଡାଣକୁ ବାତିଲ କରାଯାଇଥିବାବେଳେ ଆଉ କେତେକ ବିମାନ ବିଳମ୍ବିତ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!