ନୂଆଦିଲ୍ଲୀ,୨୯ା୩: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କର ଶନିବାର ସନ୍ଧ୍ୟାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ଭାରତୀୟ ପୋଷାକ ଶିଳ୍ପର ଜଣେ ପ୍ରବୀଣ ବ୍ୟକ୍ତି ଏବଂ ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ପଦ୍ମଭୂଷଣ ଡକ୍ଟର ବିଜୟପତ ସିଂଘାନିଆଙ୍କର ପରଲୋକ ଘଟିଛି। ଶନିବାର ସନ୍ଧ୍ୟାରେ ମୁମ୍ବାଇରେ ତାଙ୍କର ଦେହାନ୍ତ ଘଟିଥିବାବେଳେ ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ୨ବୟସ ହୋଇଥିଲା। ସିଂଘାନିଆ ସାରା ଜୀବନ କଠିନ ପରିଶ୍ରମ କରି ରେମଣ୍ଡ ଲିମିଟେଡକୁ ଉଚ୍ଚ ସ୍ତରରେ ପହଞ୍ଚାଇଥିଲେ। ତାଙ୍କ ପୁଅ ତଥା ବର୍ତ୍ତମାନର ଅଧ୍ୟକ୍ଷ ଗୌତମ ସିଂଘାନିଆ ବାପାଙ୍କ ପରଲୋକ ଖବର ସେୟାର କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି ରିପ୍ ଓମ୍ ଶାନ୍ତି। ସିଂଘାନିଆ ୧୯୮୦ ରୁ ୨୦୧୫ ପର୍ଯ୍ୟନ୍ତ ରେମଣ୍ଡକୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିଥିଲେ। ତାଙ୍କ ନେତୃତ୍ୱରେ କମ୍ପାନୀ “କମ୍ପ୍ଲିଟ୍ ମ୍ୟାନ୍” ବ୍ରାଣ୍ଡ ପ୍ରତିଷ୍ଠା କରିଥିଲା । ଏବଂ ପ୍ରିମିୟମ୍ ସୁଟିଂ କପଡ଼ାରୁ ଡେନିମ୍, ସିମେଣ୍ଟ ଏବଂ ଷ୍ଟିଲ୍ ପର୍ଯ୍ୟନ୍ତ ବିବିଧତା ଆଣିଥିଲା। ସେ ଓମାନରେ ପ୍ରଥମ ବିଦେଶୀ ଶୋ’ରୁମ୍ ଖୋଲି ଭାରତୀୟ ବସ୍ତ୍ରକୁ ଆନ୍ତର୍ଜାତୀୟ ସ୍ତରରେ ଲଞ୍ଚ କରିଥିଲେ। ଜଣେ ଦକ୍ଷ ପାଇଲଟ୍ ଭାବରେ, ସେ ଲଣ୍ଡନରୁ ଏକାକୀ ଉଡ଼ାଣ ସମେତ ଅନେକ ବିଶ୍ୱ ରେକର୍ଡର ଅଧିକାରୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |