ଭୁବନେଶ୍ୱର,୨୯ା୩: ଏପ୍ରିଲ 2ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତା ଦେଖା, 45 ଦିନ ଭିତରେ ରେଜଲ୍ଟ। ଯୁକ୍ତ ଦୁଇର ସମସ୍ତ ପରୀକ୍ଷା ସରିବା ପରେ ଆଜି ଏଭଳି ସୂଚନା ଦେଇଛି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ। ଏଥର ଫର୍ମଫିଲଅପ୍ କରି ମଧ୍ୟ 5 ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନଥିବାରୁ ଚିନ୍ତାରେ କର୍ତ୍ତୃପକ୍ଷ ।ଦୀର୍ଘ 28 ଦିନ ଧରି ଚାଲିଥିବା ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ସରୁ ସରୁ ଆଜି ଏଭଳି ଘୋଷଣା କରିଛି CHSE। ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ସବୁ ବର୍ଗରେ ଏଥର 4 ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଛନ୍ତି। ଆଉ ଏଥର 45 ଦିନ ଭିତରେ ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |