ହାଥରସ ଦଳାଚକଟା ଘଟଣା : SITର ରିପୋର୍ଟ ଦାଖଲ

ନୂଆଦିଲ୍ଲୀ,୯।୭:ଲକ୍ଷ୍ନୌ,୯।୭: ଉତ୍ତର ପ୍ରଦେଶର ହାଥରସରେ ଘଟିଥିବା ଦଳାଚକଟା ଘଟଣାରେ ମଙ୍ଗଳବାର ଏସ୍‌ଆଇଟି ୩ଶହ ପୃଷ୍ଠାର ରିପୋର୍ଟ ଦାଖଲ କରିଛି। ଉତ୍ତର ପ୍ରଦେଶର ହାଥରସରେ ଆୟୋଜିତ ସତସଙ୍ଗରେ ଘଟିଥିବା ଦଳାଚକଟା ଘଟଣାରେ ଆସିଛି SIT ରିପୋର୍ଟ। SIT ନିଜ ୩ଶହ ପୃଷ୍ଠାର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ସତତସଙ୍ଗ ଆୟୋଜନ କରିଥିବା କମିଟି ଓ ଅଫିସରଙ୍କ ଉଦାସୀନତାକୁ ଟାର୍ଗେଟ କରାଯାଇଛି । ମାତ୍ର ଏହି ୩ଶହ ପୃଷ୍ଠାର ରିପୋର୍ଟରେ ଭୋଲେ ବାବାଙ୍କ ନାଁ ଥରେ ବି ଉଲ୍ଲେଖ ହୋଇନାହିଁ।SIT ନିଜ ୩ଶହ ପୃଷ୍ଠାର ରିପୋର୍ଟରେ ୧୧୯ ଜଣଙ୍କ ବୟାନ ରେକର୍ଡ କରିଛି। ଏଥିରେ ହାଥରସର ଡିଏମ୍‌, ଏସ୍‌ପି, ସତସଙ୍ଗ ଅନୁମତି ଦେଇଥିବା ଏସ୍‌ଡିଏମ୍‌, ସତସଙ୍ଗରେ ମୁତୟନ ପୁଲିସ୍‌ କର୍ମୀଙ୍କ ବୟାନ ରେକର୍ଡ କରାଯାଇଛି। ଏହାକୁ ବାଦ ଦେଲେ ମୃତକଙ୍କ ପରିବାରବର୍ଗ ଓ ଗୁରୁତର ହୋଇଥିବା ଶ୍ରଦ୍ଧାଳୁଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।ଏହି ସତସଙ୍ଗ ନିମନ୍ତେ ୮୦ ହଜାର ଲୋକଙ୍କ ସମାଗମ ନିମନ୍ତେ ଆୟୋଜକଙ୍କୁ ଅନୁମତି ମିଳିଥିଲା। ମାତ୍ର ଏଥିରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ଆୟୋଜକ କମିଟି ଏଥିନିମନ୍ତେ ପୂର୍ବ ପ୍ରସ୍ତୁତି କରି ନ ଥିବା ବେଳେ ଅତ୍ୟଧିକ ଭିଡ଼ ହେତୁ ପରିସ୍ଥିତି ଅସମ୍ଭାଳ ହୋଇଥିଲା। ଏହାସତ୍ତ୍ୱେ ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀ ଓ ପୁଲିସ୍‌ କର୍ମୀ ଏହାକୁ ଗୁରୁତର ସହ ନେଇ ନ ଥିଲେ କି ଭିଡ଼କୁ ନିୟନ୍ତ୍ରଣ ପାଇଁ କୌଣସି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ବୋଲି SIT ନିଜ ରିପୋର୍ଟରେ ଉଲ୍ଲେଖ କରିଛି। SIT ନିଜ ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!