କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ

ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର ) :ଡାବୁଗାଁ, ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର): କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ପ୍ରତିବାଦରେ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଆଜି ଡାକରା ଦିଆଯାଇଥିବା ଭାରତ ବନ୍ଦ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ଆଂଶିକ ସଫଳ ହୋଇଛି।ଆଜି ସକାଳ ୬ଟାରୁ ଡାବୁଗାଁ ବ୍ଲକ କଂଗ୍ରେସ କମିଟିର କର୍ମକର୍ତା ଓ କର୍ମୀମାନେ ମୁଖ୍ୟ ଛକ, ବସଷ୍ଟାଣ୍ଡ ଓ ବଜାରରେ ଏକତ୍ରିତ ହୋଇ ଦୋକାନ ବଜାର ବନ୍ଦ ରଖିବାକୁ ବ୍ୟବସାୟୀଙ୍କୁ ଅନୁରୋଧ କରିଥିଲେ। ଏହି ବନ୍ଦ କୁ ଡାବୁଗାଁ ଅଂଚଳର ବ୍ୟବସାୟୀ ମାନେ ସହଯୋଗ କରିବା ସହ ଦିନ 12 ଘଣ୍ଟା ପର୍ଯ୍ୟନ୍ତ ଦେକାନ ବଜାର ବନ୍ଦ ରଖିଥିଲେ କିନ୍ତୁ ଆଜି ଡାବୁଗାଁ ସାପ୍ତାହିକ ହାଟ ଥିବାରୁ ଦିନ 12 ଘଣ୍ଟା ପରେ ସମସ୍ତ ଦୋକାନ ବଜାର ଖାଲହେଲା। ତଥାପି ସ୍ଥାନୀୟ କଂଗ୍ରେସ କର୍ମୀମାନେ ହାତରେ ଦଳୀୟ ପତାକା ଧରି ଶାନ୍ତିପୂର୍ଣ ଭାବେ ପିକେଟିଂ କରିଥିଲେ। ସକାଳ ୧୨ ପରେ ଟା ପରେ ସମସ୍ତ ଦୋକାନ ବଜାର, ହୋଟେଲ ଖଲା ହେଲା। କିଛି ମାତ୍ରାରେ ସରକାରୀ ଅଫିସ, ବ୍ୟାଙ୍କ, ସ୍କୁଲ, ମେଡିକାଲ ଖୋଲା ରହିଥିଲା।ଘରୋଇ ବସ୍ ଚଳାଚଳ ଆଂଶିକ ପ୍ରଭାବିତ ହୋଇଥିବା ବେଳେ ଅପରାହ୍ନରୁ ସ୍ୱାଭାବିକ ହୋଇଥିଲା।ଏବଂ ଗାଡ଼ିମଟର ସବୁ ଚଳାଚଳ ସ୍ୱାଭିବିକ ହୋଇଗଲା।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଡାବୁଗାଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। କୌଣସି ଅପ୍ରୀତିକର ଘଟଣା ଘଟିନାହିଁ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।ବ୍ଲକ କଂଗ୍ରେସ ସଭାପତି ଜି ସାଇ ରାଜୁ କହିଛନ୍ତି, “ଜନତା ସ୍ୱତଃସ୍ଫୂର୍ତ ଭାବେ ବନ୍ଦକୁ ସମର୍ଥନ ଜଣାଇଛନ୍ତି ଏହାବାଦେ ଡାବୁଗାଁର ବ୍ୟବସାୟୀ ଭାଇମାନଙ୍କୁ ଧନ୍ୟବାଦ ଜାଣିଥିଲେ। ଆଜି ଏହିବନ୍ଦ ସମୟରେ ଡାବୁଗାଁ ବ୍ଲକ ପୂର୍ବତନ ବ୍ଲକ ଅଧକ୍ଷ ବଂଶୀଧର ମାଝୀସହ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!