ଝରୀଗାଁରେ ନକଲି ଡାକ୍ତର କ୍ଲିନିକରେ ଚାଲିଛି ରଗିଦେଖା, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପାଖେ ଖବର ନାହିଁ

 

ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର ) : ରାଜ୍ୟ ସରକାର ମେଡିକାଲ ଗୁଡ଼ିକର ଉନ୍ନତି ପାଇଁ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ମେଡିକାଲରେ ଡାକ୍ତର ଅଭାବ କାରଣରୁ ରୋଗୀ ସେବା ବ୍ୟାହତ ହେଉଛି।-ଗ୍ରାମାଞ୍ଚଳରେ କ୍ୱାକ୍‌ଙ୍କ ମାଳମାଳ କ୍ଲିନିକ୍‍ ପଶ୍ଚିମବଙ୍ଗର ଅଧାପାଠୁଆ ମାନେ ଓଡ଼ିଶାରେ ସାଜିଛନ୍ତି ଡାକ୍ତରଏଭଳି ଏକ ଘଟଣା ଦେଖିବାକୁ ମିଲିଚି ଝରୀଗାଁ ଗ୍ରାମରେ। ଝରୀଗାଁରେ ସରକାରୀ ମେଡ଼ିସିଲ ଅଛି ସତ କିନ୍ତୁ ସରକାରୀ କର୍ମଚାରି ଅଭାବ।ଏହାର ସୁଯୋଗ ନେଇ ନକଲି ଡାକ୍ତର ବା କ୍ୱାକ ଝରୀଗାଁ ଗ୍ରାମର ମେଡିକାଲ ରୁ କିଛି ଦୂରରେ ଝରୀଗାଁ ଠାରୁ ଉମରକୋଟ ଯିବା ରାସ୍ତାରେ କ୍ଲିନିକ ଖୋଲି ଲୋକଙ୍କୁ ଚିକିତ୍ସା କରୁଛି । ଏବେ ଝରୀଗାଁ ତଥା ଗାଁଗହଳିରେ ଲୋକଙ୍କ ଭରସା ପାଲଟିଛି କ୍ୱାକ୍‍ଙ୍କ ଚିକିତ୍ସା। ଗାଁ ଗାଁରେ ନିଜକୁ ଡାକ୍ତର ପରିଚୟ ଦେଇ ନିଜ ନିଜର କ୍ଲିନିକ କରି ବସିଥିବା ବେଳେ କେହି ବି ମେଡିକାଲ ପାଠପଢ଼ି ନାହାନ୍ତି। ଏହିଭଳି କ୍ୱାକ୍‍ ବା ନକଲି ଡାକ୍ତର ବର୍ତ୍ତମାନ ଅଞ୍ଚଳରେ କାୟା ବିସ୍ତାର କରିବାରେ ଲାଗିଛନ୍ତି। “ସବୁ ଜାଣି ଅଜଣା ସାଜୁଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ”: ଗାଁକୁ ଗାଁ ବୁଲି ନକଲି ଡାକ୍ତର ବା କ୍ବାକ୍‌ ବ୍ୟବସାୟୀମାନେ ରୋଗୀଙ୍କୁ ଡାକ୍ତରଙ୍କ ଭଳି ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଥଣ୍ତାକାଶଠାରୁ ଆରମ୍ଭ କରି ଝାଡ଼ା, ମ୍ୟାଲେରିଆ ହେଉ କିମ୍ବା କୌଣସି ବଡ଼ ଧରଣର ରୋଗ ହେଉ।ରୋଗୀଙ୍କୁ ସତମିଛ କହି ବିଭିନ୍ନ ପ୍ରକାରର ଔଷଧ ଦେଇ ଶୋଷଣ କରିବାରେ ଲାଗି ପଡ଼ିଛନ୍ତି ଏହି କ୍ବାକ୍‌ ଡାକ୍ତର।ଖାଲି ଝରୀଗାଁ ନାହିଁ ଝରୀଗାଁ ବ୍ଲକର ଗାଁ ଗହଳିରେ କିଛି ସରକାରୀ କର୍ମଚାରୀ ମଧ୍ୟ ନକଲି ଡାକ୍ତର ସାଜି ଚିକିତ୍ସା କରୁଥିବା ସ୍ଥାନେ ସ୍ଥାନେ ଆଲୋଚନା ହେଉଛି।ଏଠିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଜାଗ ହେବା ଆବଶ୍ୟକ ଅଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!