ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ

(ପ୍ରିୟଦର୍ଶିନୀ ପାତ୍ର)ନବରଙ୍ଗପୁର :- ଡାବୁଗାଁ ଥାନା ଅଧୀନ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଗରଡୁଗୁଡା ଠାରେ ଆଜି ଜିଲ୍ଲା ପରଜା ବିକାଶ ପରିଷଦର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହେଲା। ଏହି ପ୍ରତିଷ୍ଠା ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୩ତାରିଖରେ ଜିଲ୍ଲାର ୧୦ଗୋଟି ବ୍ଲକ ମଧ୍ୟରୁ ଯେକୌଣସି ଗୋଟିଏ ବ୍ଲକରେ ପାଳିତ ହୁଅ ପ୍ରତିବର୍ଷ। ଆଜି ଏହି ଅବସରେ ମୁଖ୍ୟ ଅତିଥି ଭାବରେ ଡାବୁଗାଁ ଥାନା ଅଧିକାରୀ ଲକ୍ଷ୍ମୀ ପରଜା ଉପସ୍ଥିତ ଥିଲେ। ଏଭଳି ଆଜିର କାର୍ଯ୍ୟକ୍ରମ ରେ ମଞ୍ଚାସୀନ ଥିଲେ ପରଜା ସମାଜ ଜିଲ୍ଲା ସଭପତି ଝିତରୁ ଜାନି , ଜିଲ୍ଲା ସମ୍ପାଦକ ଲଖମଣ ଜାନି , ଜିଲ୍ଲା ଉପସଭାନେତ୍ରୀ ମଙ୍ଗଲ ଦେଇ ଜାନି, ପାପଡାହାଣ୍ଡି ବ୍ଲକ ସଭାପତି ନରସିଂ ଜାନି, ଡାବୁଗାଁ ବ୍ଲକ ସଭପତି ଫୁଲସିଂ ଜାନି, କଡେଙ୍ଗା ଅଂଚଳର ଦାଶରଥ ଜାନି, ବନ୍ଧୁ ଜାନି ସମେତ ୧୦ ଗୋଟି ବ୍ଲକର ମୁଖ୍ୟ କାର୍ଯ୍ୟକର୍ତ୍ତା ମାନଙ୍କ ସହ ଆଜି ନବରଙ୍ଗପୁର ଜିଲ୍ଲାର ପ୍ରତେକ ବ୍ଲକରୁ ପ୍ରାୟ ୫ ହଜାର ରୁ ଉର୍ଦ୍ଧ ପରଜା ସମାଜର ଭାଇ ଭଉଣୀମାନେ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ମାନ ହେଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!