ୱାହିଦା ରେହମାନ ପାଇବେ ଦାଦାସାହେବ ଫାଲକେ ପୁରସ୍କାର-୨୦୨୩

ମୁମ୍ବାଇ,୨୬।୯: ବଲିଉଡ୍ କିମ୍ବଦନ୍ତୀ ତଥା ବର୍ଷିୟାନ୍ ଅଭିନେତ୍ରୀ ୱାହିଦା ରେହମାନ ସିନେ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବ। ଭାରତୀୟ ସିନେମାକୁ ଜୀବନବ୍ୟାପୀ ଅବଦାନ ନିମିତ୍ତ ୱାହିଦାଙ୍କୁ  ଦାଦା ସାହେବ ଫାଲକେ ପୁରସ୍କାର ଦିଆଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ଘୋଷଣା କରିଛନ୍ତି। ପୂର୍ବରୁ ସେ ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ପରି ଶୀର୍ଷ ପୁରସ୍କାରରେ ସମ୍ମାନିତ ହୋଇ ସାରିଛନ୍ତି। ଦାଦାସାହେବ ଫାଲକେ ପୁରସ୍କାର ଦେଶର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଏବଂ ଏହାକୁ ଭାରତ ସରକାର ପ୍ରଦାନ କରିଥାନ୍ତି। ଭାରତୀୟ ଚଳଚ୍ଚିତ୍ର ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ଲାଗି ରେହମାନ୍‌ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି।ବଲିଉଡ଼ର ବର୍ଷିୟାନ୍ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଚଳିତ ବର୍ଷର ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର। ଏନେଇ ମଙ୍ଗଳବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି।ୱାହିଦା ରେହମାନ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ପ୍ରତିଷ୍ଠିତ କଳାକାର ଭାବେ ପରିଚିତ। ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ରୋଜୁଲୁ ମରାଇ’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ରରେ ତାଙ୍କର ଦମ୍‌ଦାର ଅଭିନୟ ଦ୍ବାରା ପ୍ରଶଂସକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ୱାହିଦା ‘ଗାଇଡ୍’, ‘ପ୍ୟାସା’, ‘କାଗଜ୍ କେ ଫୁଲ୍‌’ ଏବଂ ‘ଚୌଦଭିଁ କା ଚାନ୍ଦ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!